Latest Odisha News

BREAKING NEWS

ରାଜଧାନୀରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ: ନବୀନ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପୂର୍ବତନ ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଏକ ସମ୍ପୂର୍ଣ୍ଣ ଅବୟବର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ଭାବେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିବାରେ ମହାରାଜା ରାମଚନ୍ଦ୍ର ଦେଓଙ୍କ ତ୍ୟାଗ ତଥା ଅବଦାନ ଅତୁଳନୀୟ ।

ରାଜଧାନୀରେ ମୁଖ୍ୟମନ୍ତ୍ରୀ ରାଜା ରାମଚନ୍ଦ୍ର ଦେଓଙ୍କ ଜୟନ୍ତୀ ପାଳନ ଅବସରରେ ରବିବାର ଦିନ ଏହି ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି, ଶିକ୍ଷାର ପ୍ରସାର ଏବଂ ସାମାଜିକ ପରିବର୍ତ୍ତନ ଆଣିବାରେ ତାଙ୍କର ଅବଦାନ ଉଲ୍ଲେଖନୀୟ ।

Leave A Reply

Your email address will not be published.