Latest Odisha News

BREAKING NEWS

ଲୋକପ୍ରିୟ ସିରିଏଲ ‘ବାଲିକା ବଧୂ’ର ଦାଦି ସାଙ୍କୁ ବ୍ରେନ ଷ୍ଟ୍ରୋକ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ‘ବାଲିକା ବଧୂ’ର ଦାଦି ସା ତଥା ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରି ଅସୁସ୍ଥ । ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ସୁରେଖାଙ୍କର ଏହା ଦ୍ୱିତୀୟ ଷ୍ଟୋକ । ୨୦୧୮ରେ ଫିଲ୍ମ ‘ବଧାଇ ହୋ’ର ରିଲିଜ ପରେ ପରେ ସେ ଅସୁସ୍ଥ ହୋଇପଡିଥିଲେ । ପ୍ରାୟ ଏକ ବର୍ଷ ଯାଏଁ ସେ କାମ କରିପାରି ନ ଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବରିଷ୍ଠ କଳାକାରମାନଙ୍କୁ ସୁଟିଂ କରିବା ପାଇଁ ଅନୁମତି ନ ଦେବା ଘଟଣାରେ ସେ ନିଜର ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ସେ ଅସୁସ୍ଥ ଥିବାରୁ ପ୍ରତି ମାସରେ ମତେ ଚିିକିତ୍ସା ଓ ଔଷଧ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତାଙ୍କୁ କାମ ମିଳିଥିବାରୁ ତାଙ୍କ କାମ କରିବାକୁ ଅନୁମତି ଦିଆଯାଉ ।

ସୁରେଖା ତିନି ଥର ଜାତୀୟ ପୁରସ୍କାର ପାଇଛନ୍ତି । ଫିଲ୍ମ ‘ତମାସ୍‌’, ‘ମାମୋ’ ଓ ‘ବଧାଇ ହୋ’ରେ ସହ ଅଭିନେତ୍ରୀ ହିସାବରେ ସେ ପାଇଛନ୍ତି ଏହି ଜାତୀୟ ପୁରସ୍କାର । ଏଥି ସହ ସିରିଏଲ ବାଲିକା ବଧୂରେ ସବୁ ବେଳେ କଡା ଶାସନ ମଧ୍ୟରେ ସମସ୍ତଙ୍କୁ ରଖୁଥିବା ଦାଦି ନିଜ ବଳିଷ୍ଠ ଅଭିନୟ ପାଇଁ ବେଶ୍ ଲୋକପ୍ରିୟ । ଏଥି ସହ ବନେଗି ଅପନୀ ବାତ ସିରିଏଲରେ ବି ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁପାରିଛି ।

Leave A Reply

Your email address will not be published.