Latest Odisha News

BREAKING NEWS

ସ୍ପୁଟନିକ ଟୀକାର ଫେଜ ୩ ପରୀକ୍ଷଣ ଓ ଉତ୍ପାଦନ ପାଇଁ ଭାରତର ସହାୟତା ଲୋଡୁଛି ରୁଷିଆ

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିବା ଏବଂ ଦେଶରେ ଫେଜ୍-୩ ପରୀକ୍ଷଣ କିମ୍ବା ତତ୍ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ରୁଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସ୍ପୁଟ୍ନିକ୍ ଭି, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଟିକା ଯାହା ଗାମାଲିଆ ସାଇଣ୍ଟିଫିକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ସହ ରୁଷିଆ ର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ଯୋଗୁଁ ବିକଶିତ ହୋଇଥିଲା ଏବଂ ଅଗଷ୍ଟ ୧୧ ରେ ପଞ୍ଜୀକୃତ ହୋଇଥିଲା।

“ଉପଯୁକ୍ତ ଚ୍ୟାନେଲ ମାଧ୍ୟମରେ ରୁଷିଆ ସରକାର ଭାରତ ସରକାରଙ୍କ ନିକଟକୁ ଯାଇ ଦୁଇଟି ପ୍ରସଙ୍ଗରେ ସହାୟତା ଲୋଡିଥିଲେ – ପ୍ରଥମତଃ ଆମର ଉଚ୍ଚମାନର ଟିକା ଉତ୍ପାଦନ ପାଇଁ ଜଣାଶୁଣା କମ୍ପାନୀଗୁଡିକର ନେଟୱାର୍କ ମାଧ୍ୟମରେ ଏହାର ଉତ୍ପାଦନକୁ ବିଚାର କରିବା । ଦ୍ବିତୀୟତଃ ଯଦି ଆବଶ୍ୟକ ହୁଏ, ପର୍ଯ୍ୟାୟ-୩ ପରୀକ୍ଷଣ କିମ୍ବା ତତ୍ ସମ୍ବନ୍ଧୀୟ ଅଧ୍ୟୟନ ଭାରତରେ କରାଯିବ ” ବୋଲି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ପାଉଲ କହିଛନ୍ତି ।

ଭାରତର ବିଶେଷ ବନ୍ଧୁ ରୁଷିଆର ସହଭାଗୀତାର ଏହି ଅଫରକୁ ଭାରତ ସରକାର ଗୁରୁତ୍ୱାରୋପ କରିଛନ୍ତି ବୋଲି ସେ କହିଛନ୍ତି।ସେହିଭଳି ଭାରତ ବାୟୋଟେକ୍-ଆଇସିଏମ୍ଆର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆଜି ଆରମ୍ଭ ହୋଇଛି। ଜିଡସ୍ କ୍ୟାଡିଲାଙ୍କ ଫେଜ-୨ ଭଲ ଭାବରେ ଅଗ୍ରଗତି କରୁଛି। ସେରମ୍ ପ୍ରତିଷ୍ଠାନର ଉତ୍ପାଦନ କ୍ଷମତା ଅକଳ୍ପନାତିତ ଯାହା ମାସକୁ ୭୫ ରୁ ୧୦୦ ନିୟୁତ ଡୋଜ। ପର୍ଯ୍ୟାୟ -୩ ପରୀକ୍ଷା ୧୭୦୦ ଟି ସାଇଟରେ ୧୬୦୦ ଲୋକଙ୍କ ଶୀଘ୍ର ଆରମ୍ଭ କରିବେ ବୋଲି ପାଉଲ କହିଛନ୍ତି।

Leave A Reply

Your email address will not be published.