Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୧-୨-୨୦୨୧ରିଖ ସୋମବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଫେବୃଆରୀ ତା ୧ରିଖ ସୋମବାର ମକର ୧୯ ଦିନ ମାଘ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଆଜିର ଘାତ ବାର-: ମିଥୁନ ରାଶିର
ଆଜିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: ମୂଳା

ମେଷ
ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ନୂତନ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି ପତ୍ର ସ୍ବାକ୍ଷରିତ କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ।


ବୃଷ
ଆଜି ଆପଣ ନିଜ କାମରେ  ପ୍ରଶଂଶା ଓ ପୁରସ୍କାର ପାଇବେ। କାରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ ପ୍ରଦ ହେବ। ଧନ ସମ୍ପତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ ।

ମିଥୁନ
ଆଜି ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କର ସୁନାମ ଅର୍ଜନ କରିବେ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।

କର୍କଟ
ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

ସିଂହ
ଆଜି ପ୍ରେମରେ ସଫଳତା ମିଳିବ। ବିଦ୍ୟାର୍ଥିମାନେ ପଢାପଢିରେ ମନୋନିବେଶ କରି କୃତକାର୍ଯ୍ୟ ହେବେ ।କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଦୂର ହୋଇଯିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

କନ୍ୟା
ଆଜି ଦେବ ଦର୍ଶନର ସୁଯୋଗ ଅଛି।ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ତୁଳା
ଆଜି ଆପଣଙ୍କର ବିଚାର ବୁଦ୍ଧି ଆର୍ଥିକ ଉନ୍ନତି ଲାଗି ସହାୟକ ହେବ। ପାରିବାରିକ କ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ସମସ୍ତ ଦୃଷ୍ଟିରୁ ଦିନଟି ଭଲରେ କଟିବ।

ବିଛା
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବୁଦ୍ଧିମତା ସହିତ ବାଦ-ବିବାଦ ଦୂର କରିବାକୁ ସମର୍ଥ ହେବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ସଫଳତା ମିଳିବ।

ଧନୁ
ଆଜି ଆପଣ କୌଣସି କାର୍ଯ୍ୟ ତରବରିଆ ଭାବେ କରନ୍ତୁ ନାହିଁ କଲେ କ୍ଷତିରେ ପଡି ପାରନ୍ତି। ସନ୍ତାନମାନେ ଆଜ୍ଞାଧୀନ ହେବେ । ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ମକର
ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ। ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟକୁ କୌଣସି ବନ୍ଧୁଙ୍କ ସାହାଯ୍ୟ ପାଇଁ ସମ୍ପୁର୍ଣ୍ଣ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ ।

କୁମ୍ଭ
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଅଚାନକ ଧନଲାଭ ହେବ।

ମୀନ
ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ପ୍ରଶଂସନୀୟା ହେବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ମୋବାଇଲ-୯୪୩୭୨୨୫୪୩୪

Leave A Reply

Your email address will not be published.