Latest Odisha News

BREAKING NEWS

ଆଜି ବଜେଟ୍‌, ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆୟବ୍ୟୟର ହିସାବ ରଖିବେ ନିର୍ମଳା ସୀତାରମଣ । ସକାଳ ୧୧ଟାରେ ବଜେଟ ଉପସ୍ଥାପନା ହେବ । କେଉଁ କ୍ଷେତ୍ରକୁ ମିଳିବ କେତେ ଗୁରୁତ୍ବ, ତାକୁ ନେଇ ଆରମ୍ଭ ହୋଇଛି ତଜର୍ମା । ଏହି ବଜେଟ ପ୍ରଥମ ଥର ପାଇଁ ପେପର୍‌ ଲେସ୍‌ ହେବ ।

କରୋନା କାଳରେ ଏଥର ବଜେଟରେ କାହାକୁ କେତେ ଫାଇଦା ମିଳିବ, ତାକୁ ସମସ୍ତଙ୍କ ଅପେକ୍ଷା । ଅର୍ଥନୀତିକୁ ସୁଧାରିବା ଓ ସାମଗ୍ରୀକ ବିକାଶ ପାଇଁ କୃଷି, ନିଯୁକ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବାର ସମ୍ଭାବନା ଅଛି । ଏସବୁ ଭିତରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଚାଷୀଙ୍କ ପାଇଁ ଏଥର କଣ ରଣନୀତି ରହିଛି ସରକାରଙ୍କର । ଗତ ବଜେଟରେ କୃଷି କ୍ଷେତ୍ର ପାଇଁ ଦୁଇ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଥିଲା । ଏହାସହ ନଗଦ ପ୍ରୋତ୍ସାହନ ଓ ସବସିଡି ରାଶି ମଧ୍ୟ ଦିଆଯାଇଥିଲା । କିନ୍ତୁ ଏଥର କୃଷିର ଭିତ୍ତଭୂମିର ଉନ୍ନତି ପାଇଁ ସରକାର କିଛି ବଡ଼ ଘୋଷଣା କରନ୍ତୁ ବୋଲି ଦାବି ହେଉଛି । ତେବେ ଏଥର ବଜେଟରେ ସରକାରଙ୍କ ଖର୍ଚ୍ଚ ବଢିବା ଅନୁମାନ କରାଯାଉଛି ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଅଧିକ ନିବେଶ କରିବାର ସମୟ ଆସିଛି । କରୋନା କାଳରେ ଦେଶର ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟନ୍ତ ହୋଇପଡିଛି । ମଧ୍ୟବିତ ପରିବାର ମଧ୍ୟ କରୋନା ମହାମାରି ସଙ୍କଟରୁ ଉଠି ପାରିନାହାନ୍ତି । ସେମାନଙ୍କ ପାଇଁ ଆୟକରକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ । ରିଏଲ ଇଷ୍ଟେଟ ଓ ଟୁରିଜିମ କ୍ଷେତ୍ରକୁ ମଧ୍ୟ ସରକାର ଫୋକସ କରନ୍ତୁ ବୋଲି ଦାବି ହୋଇଛି । ଆତ୍ମନିର୍ଭର ଭାରତ କ୍ଷେତ୍ରରେ ମଧ୍ୟ ବଡ ଘୋଷଣା କରାଯାଇପାରେ । ଗତ ବଜେଟ ଠାରୁ ଏଥର ସର୍ବାଧିକ ଏହି କ୍ଷେତ୍ର ପାଇଁ ଖର୍ଚ୍ଚ କରାଯିବ । ସେପଟେ ରେଲଓ୍ବେ ମଧ୍ୟ ୧.୭୦ ଲକ୍ଷ କୋଟି ଟଙ୍କାର ଅନୁଦାନ ଆଶା କରାଯାଉଛି ।

Leave A Reply

Your email address will not be published.