Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା ୩-୯-୨୦୨୦ ଗୁରୁବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ 

ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୩ ରିଖ ଗୁରୁବାର ସିଂହ ୧୯ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର   

ଘାତ ବାର:-ତୁଳା ଓ କୁମ୍ଭ ରାଶିର 

ଘାତ ଚନ୍ଦ୍ର:- ମିଥୁନ ରାଶି ପୁରୁଷ ଓ ମୀନ ରାଶିର  

ନିଷେଧ ଖାଦ୍ୟ:- ପାଣି କଖାରୁ ଖାଇବା ନିଷେଧ

ମେଷ: ମାନସିକ ଅସ୍ଥିରତା ଲାଗି ରହିବ । ଗୃହାରମ୍ଭ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମହିଳାମାନେ ଗୃହ କର୍ମରେ ବ୍ବସ୍ତ ରହିବେ ।

ବୃଷ: ସମସ୍ତ କାମ ସହଜ ଓ ସୁବିଧାରେ ହୋଇ ଯିବ । କରିବାକୁ ଥିବା ଋଣ ଆଜି ପରିଶୋଧ କରିବେ ।ଦୂରଯାତ୍ରାର ଯୋଗ ରହିଛି । ପାରିବାରିକ ଜୀଜୀବନ ସୁଖମୟ ହେବ ।

ମିଥୁନ: ଆର୍ଥିକ ଉନ୍ନତି ହେବା ସହ ପୂର୍ବର ସମସ୍ୟା ସମାଧାନ ହୋଇ ଯିବ।ନିଜର ଆଚାର ବ୍ଯବହାର ଦ୍ବରା ଅନ୍ୟକୁ ଅନୁପ୍ରାଣିତ କରିବେ । । ବାଣିଜ୍ୟ, ବ୍ଯବସାୟରେ ଲାଭବାନ ହେବେ ।

କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।ଛାତ୍ର ଛାତ୍ରୀମାନେ ବିଦ୍ୟାରେ ସଫଳତା ଲାଭ କରିବେ

ସିଂହ: ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପରିବାରର ହସ ଖୁସି ପୂର୍ବ ପରି ଅତୁଟ ରହିବ । କନ୍ୟା: ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ଆଜି କିଛି ନୂତନ ଖବର ପାଇ ମନ ଆନନ୍ଦିତ ହେବ । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।

ତୁଳା: କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବେ । ଆଜିର ଯାତ୍ରା, ବ୍ୟବସାୟ, ବିବାଦୀୟ ପରିସ୍ଥିତିରେ ବିଫଳତା ଦେଖାଦେବ । ମହିଳାମାନେ ଅପମାନିତ ହେବେ ।

ବିଛା: ଆଶା କରିଥିବା ଅର୍ଥ ସାମାନ୍ୟ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ବିଗତଦିନର ଘଟଣାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ କିଛି ଅଘଟଣ ଆଶଙ୍କା କରି ମନ ବିବ୍ରତ ରହିପାରେ ।

ଧନୁ: ଅନ୍ୟମନସ୍କ କାରଣରୁ କିମ୍ବା ପକେଟମାର ଜନିତ ଧନହାନିର ଆଶଙ୍କା ଦେଖାଦେବ । ପୂର୍ବାଷାଢା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

ମକର: ଚେଷ୍ଟା କରୁଥିବା କାମଗୁଡିକ ଆଶାନୁରୂପ ନହେବା କାରଣରୁ ମନ ଅସନ୍ତୋଷ ରହିପାରେ। ଅତିଥି କିମ୍ବା ବନ୍ଧୁଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିପାରନ୍ତି।କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବାର ସୂଚନା ରହିଛି ।

କୁମ୍ଭ: ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ପାରିବାରିକ ଜୀବନରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।

ମୀନ: ପ୍ରତ୍ୟେକ କାର୍ଯ୍ଯରେ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ପରିବହନ ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରେ ଶୁଭ ଫଳ ପାଇବେ । ବ୍ୟବସାୟ ପ୍ରତିଷ୍ଠାନ, ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିହେବ।

Comments are closed.