Latest Odisha News

ବିଏମସି ପକ୍ଷରୁ ସରସ୍ୱତୀ ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଗତ ୨୮ ତାରିଖରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ମହାନଗର ନିଗମର କମ୍ୟୁନିଟି ସଂଗଠକ ସରସ୍ୱତୀ ସାହୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ମୃତଦେହ ଏସସିବିରୁ ସତ୍ୟନଗର ଶ୍ମଶାନକୁ ଆଣିବା ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ତାଙ୍କୁ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ ।

ସରସ୍ୱତୀ କୋଭିଡ ଯୋଦ୍ଧା ଭାବେ କାମ କରୁଥିବା ବେଳେ ଡ୍ୟୁଟି ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
୨୦୧୨ ମସିହାରେ ବିଏମସିରେ ଯୋଗ ଦେଇଥିବା ସରସ୍ୱତୀ ତିନିଟି ଜୋନରେ ସଫଳତାର ସହ କାମ କରିଥିଲେ ।

Leave A Reply

Your email address will not be published.