Latest Odisha News

BREAKING NEWS

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା ଆକ୍ରାନ୍ତ ହୋଇଥିବା ଅନ୍ୟ ଜଣେ ସାନ ଭାଇ ଅସଲମଙ୍କର ମୃତ୍ୟୁ ହୋଇଥିଲା ।

ଗତ ଅଗଷ୍ଟ ୧୫ରେ ଏହସାନ ଓ ଅସଲମ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନେ ଟେଷ୍ଟ ପରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ସେହିଦିନଠାରୁ ସେଠାରେ ଚିକିତ୍ସାଧୀନ ଥିଲେ । ଏପଟେ ଦିଲ୍ଲୀପ କୁମାର ଓ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ସଙ୍ଗରୋଧରେ ଅଛନ୍ତି ।

Leave A Reply

Your email address will not be published.