Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୯-୬-୨୦୨୧ ବୁଧବାର
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁନ ତା ୯ରିଖ ବୁଧବାର ବୃଷ ୨୬ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର- କର୍କଟ ରାଶିର
ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର
ନିଷେଧ ଖାଦ୍ୟ- ବିରିଦ୍ରବ୍ଯ ଦିନ ୨ଘ ୧ ମିନିଟ୍ ପରେ ତୈଳ ଆମିଷ (ମତ୍ସ୍ୟ ମାଂସ) ନିଷେଧ

ମେଷ:
ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଗୃହୋପକରଣ କ୍ରୟ କରିବେ ।

ପ୍ରତିକାର- ସାତଟି ଲାଲ୍ ମନ୍ଦାର ଫୁଲ ମା ପାର୍ବତୀଙ୍କୁ ଚଢାନ୍ତୁ ।

ବୃଷ:
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବ। ଯାହାଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ମନଯୋଗ ଦେବେ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ ।

ପ୍ରତିକାର- ପଞ୍ଚାମୃତ ପାନକରି ଘରୁ ବାହାରନ୍ତୁ ।

ମିଥୁନ:
ସ୍ୱାସ୍ଥ୍ୟ ଠିକ୍ ରହିବ । ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ସଫଳତା ମିଳିବ ଆଶାନୁରୂପ ଲାଭ ମିଳିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

ପ୍ରତିକାର-ଗଣେଶଙ୍କୁ କର୍ପୂର ଆଳତୀ କରି ପ୍ରଣାମ କରନ୍ତୁ ।

କର୍କଟ:
ସହକର୍ମୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସ ଭାଜନ ହେବେ। ପିତା ମାତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ଧନହାନୀ ହେବାର ସମ୍ଭାବନା ଅଛି ।

ପ୍ରତିକାର:- ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ ।

ସିଂହ:
ଆଜି ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ କୌଶଳକ୍ରମେ ତାହାକୁସମାଧାନ କରିବେ । କ୍ରୀଡା, ପ୍ରତିଦ୍ଵନ୍ଦିତା ଓ ପ୍ରତିଯୋଗୀତାରେ ବିଜୟୀ ହେବେ। ବ୍ୟବସାୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ମିଳିବ ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:
ଆଜି ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଆମୋଦ-ପ୍ରମୋଦରେ ଦିନ କାଟିବେ। କ୍ରୀଡା, ନୃତ୍ୟ ସଂଗୀତ, କଳା କ୍ଷେତ୍ରରେ ଥିଲେ ସୁନାମ ଅର୍ଜନ କରିବେ।ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖମୟ ହେବ।

ପ୍ରତିକାର-ମିଠାଦହି ଖାଇ ଘରୁ ବାହାରନ୍ତୁ ।

ତୁଳା:
ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ସହକର୍ମୀ ମାନଙ୍କ ଦ୍ୱାରା ବାକି ରହିଥିବା କାର୍ଯ୍ୟ ଗୁଡ଼ିକ ଯଥାରୀତି ସମ୍ପାଦନ କରିବେ। ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ ହେବା ସହ ବହୁବିଧ ସୁଯୋଗ ଜୁଟିବ । ସନ୍ଧ୍ୟା ବେଳକୁ ଶୁଭ ସମ୍ବାଦ ପାଇବେ ଓ ମନ ପ୍ରଫୁଲ୍ଲିତ ରହିବ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।

ବିଛା:
ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ଶରୀର ସୁସ୍ଥ ରହିବ । ସୁସ୍ବାଦୁ ଭୋଜନ ମିଳିବ ନେଇ ମନଖୁସି ରହିବ । ପ୍ରେମିକ ପ୍ରେମିକାମାନେ ପ୍ରେମ ରେ ସଫଳତା ହାସଲ କରିବେ ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲହେବ।

ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:
ଆଜି ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ମିଳିବ।ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । କ୍ରୀଡା ପ୍ରତିଦ୍ଵନ୍ଦିତା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ। ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ପ୍ରଶଂସିତ ହେବେ।ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯି ପାରେ । ଜଗିରଖି ନ ଚଳିଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:
ଆଜି ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ଫଳରେ ମନ ଖୁସି ରହିବ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। ଆୟ ଉପାର୍ଜନ ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ଖୋଲିଯିବ । ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ଦିନ କାଟିବେ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:
ଆଜି ଆପଣଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ। ବହୁ ଦିନର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।
ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ ।

ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:
ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ପ୍ରଶଂସିତ ହେବେ। ଆକସ୍ମିକ ଅର୍ଥଲାଭ ହେବ । ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚ ଶିକ୍ଷା ମନ ବଳାଇବେ । ସଭାସମିତି, ସାହିତ୍ୟ ଆଲୋଚନାରେ ସମ୍ମାନିତ ହୋଇପାରନ୍ତି।
ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ ।

ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ।

ଜ୍ୟୋତିଷ ବାଣୀ-
ଅଶୁଭ ଚନ୍ଦ୍ର ଗ୍ରହ ପୀଡ଼ାର ନିରାକରଣ ନିମିତ୍ତ ସରଳ ପ୍ରତିକାର ।
୧- ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ରଖି ଶୁଆନ୍ତୁ । ସକାଳ ହେଲେ ସେହି ପାଣିକୁ ଅଶ୍ବତ୍ଥ ବୃକ୍ଷ କିମ୍ବା ଜାମୁ ଗଛ ମୂଳରେ ଢାଳନ୍ତୁ ।
୨ – ସୋମବାର ଦିନ ପୂର୍ବ ଓ ଆଗ୍ନେୟ କୋଣକୁ ଯାତ୍ରା କରନ୍ତୁ ନାହିଁ ।
୩- ସୋମବାର ଦିନ ଧଳା ବସ୍ତ୍ର ବା କ୍ଷୀର କାହାକୁ ଦାନ କରନ୍ତୁ ନାହିଁ ।
୪- ସୋମବାର ଦିନ ଚିନି ଖାଆନ୍ତୁ ନାହିଁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.