Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୩-୬-୨୦୨୧ ରବିବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁନ ତା ୧୩ ରିଖ ରବିବାର ବୃଷ ୩୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି
ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୨-୩୫ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ ବିଛା କୁମ୍ଭ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: ପୋଟଳ 

ମେଷ
ଆଜି ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଆର୍ଥିକ ଅଭିବୃଦ୍ଧି ଘଟିବ।କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ ସମସ୍ୟା ସମାଧାନ ଦିଗରେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।

ବୃଷ
ଆଜି କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡିପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଶ୍ରୀ ସୁକ୍ତ ପାଠ କରନ୍ତୁ ।

ମିଥୁନ
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ ।

କର୍କଟ
ଆଜି ବିଳମ୍ବରେ ଭାବିଥିବା କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତି ହୋଇପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।

ସିଂହ
ଆଜି ପ୍ରତ୍ୟେକ ପରିସ୍ଥିତିକୁ ସମାଧାନ କରିବା ଦିଗରେ ସାହାଯ୍ୟ ସହଯୋଗ ମିଳିବ। ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ଯୋଗ ଦେବାକୁ ପଡ଼ିପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା
ପୂର୍ବର ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଦୁର୍ଗା ସପ୍ତ ଶ୍ଳୋକି ପାଠ କରନ୍ତୁ ।

ତୁଳା
ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରନ୍ତୁ ।

ବିଛା
ଅଧିକାଂଶ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ ପତ୍ନୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ଦିଗରେ ସଫଳତା ହାସଲ କରିବେ। ବକେୟା ଦରମା ହସ୍ତଗତ ହେବ ‌। ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ଧନୁ
ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ମିଳିବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ ପୂର୍ବ ସମସ୍ୟାର ସରଳ ସମାଧାନ ହୋଇଯିବ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ସତର୍କ ରୁହନ୍ତୁ। ବୁଝି ବିଚାରି କାର୍ଯ୍ୟ ନକଲେ କ୍ଷତିରେ ପଡିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

ମକର
ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ସାହାଯ୍ୟ କରିବ ନାହିଁ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କୁମ୍ଭ
ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ମୀନ
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ସରଳ ସମାଧାନ କରିବାରେ ସମର୍ଥ ହେବେ। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭଫଳ ପାଇବା ପାଇଁ ନବଗ୍ରହ ସ୍ତୋତ୍ର ପାଠ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.