Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୧୬-୨-୨୦୨୧ ମଙ୍ଗଳ ବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା ୧୬ରିଖ ମଙ୍ଗଳ ବାର କୁମ୍ଭ ୫ ଦିନ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର
ଆଜିର ଘାତ ବାର- ମକର ରାଶିର
ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ- ବେଲ
ଆଜି-ବିଦ୍ଯାଦାତ୍ରୀ ମା ସରସ୍ବତୀ ପୂଜା (ଶ୍ରୀପଞ୍ଚମୀ ) ଶ୍ରୀକ୍ଷେତ୍ରରେ ରଥ କାଠ ଅନୁକୂଳ

ମେଷ:
ଆଜି ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ ।ମହିଳା ମାନେ ଘରକରଣା ଜିନିଷ କ୍ରୟ କରିବେ ।

ବୃଷ:
ଆଜି ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳା ମାନେ ସଞ୍ଚୟ କରିବେ।

ମିଥୁନ:
ଆଜି କର୍ମରେ ଉନ୍ନତି କରିବା ସହିତ ସମସ୍ତ ଦିଗରୁ ଉନ୍ନତି କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପାରିବାରିକ ସମସ୍ୟାକୁ ସମାଧାନ କରିବା ପାଇଁ ସମର୍ଥ ହେବେ।

କର୍କଟ:
ଆଜି ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ହୋଇପାରେ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ସହଯୋଗ ପାଇବାରୁ ବଞ୍ଚିତ ହେବେ । ବାପାମା’ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେବେ ।

ସିଂହ:
ଆଜି ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳା ମାନେ ବିଷାଦଗ୍ରସ୍ତ ହେବେ ।

କନ୍ୟା:
ଆଜି କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ବୃଦ୍ଧି ଘଟିବ । ବିଦ୍ୟାର୍ଥୀମାନେ ଅସ୍ଥିର ମନା ହେବେ ।

ତୁଳା :
ଆଜି କର୍ମ କ୍ଷେତ୍ରରେ ସମସ୍ତ ବାଧା ବିଘ୍ନ ଦୂର ହେବ ।ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ବୃଦ୍ଧି ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।

ବିଛା :
ଆଜି ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟ ସମସ୍ଯାକୁ ନେଇ ଚିନ୍ତିତ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

ଧନୁ :
ଆଜି ଜଗିରଖି ଚଳନ୍ତୁ ଓ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ମାଲିମକଦ୍ଦମାରେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।

ମକର :
ଆଜି କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।

କୁମ୍ଭ :
ଆଜି ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ହୋଇ ଯାଇପାରେ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।

ମୀନ:
ଆଜି ଆପଣଙ୍କୁ ସୁଖାଦ୍ୟ ମିଳିବ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଦେଖାଦେବ ।କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.