Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୧୯-୨-୨୦୨୧ ଶୁକ୍ରବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଫେବୃୟାରୀ ତା ୧୯ରିଖ ଶୁକ୍ରବାର କୁମ୍ଭ ୮ଦିନ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ସକାଳ ୯ଟା ୪୩ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ ତାପରେ ବୃଷ ଚନ୍ଦ୍ର ଭୋଗ ହେବ।
ଆଜିର ଘାତ ବାର- ବିଛା ଧନୁ ଓ ମୀନ ରାଶିର
ଆଜିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ- ତାଳ ଓ ନଡ଼ିଆ
ଆଜି-ମାଘ ସପ୍ତମୀ ଚନ୍ଦ୍ର ଭାଗାରେ ସ୍ନାନ ଓ ସୂର୍ଯ୍ୟ ପୂଜା ଖଣ୍ଡଗିରୀ ଠାରେ କୁମ୍ଭ ମେଳା

ମେଷ :
ଆଜି ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଦୀର୍ଘ ଦିନ ଧରି ଆଶା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।

ବୃଷ :
ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମାନୁଯାୟୀ ପାରିଶ୍ରମିକ କମ ମିଳିବ। ମହିଳାମାନେ ଯଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖାଦେଇପାରେ।

ମିଥୁନ :
ଆଜି ସମସ୍ତ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

କର୍କଟ :
ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ଭାଇ-ବନ୍ଧୁମାନଙ୍କ ସହ ସମ୍ପର୍କ ମଧୁର ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧି ମାନଙ୍କୁ ପରାଜିତ କରି ପାରିବେ।

ସିଂହ :
ଆଜି ଦୂରରେ ବାସ କରୁଥିବା ମିତ୍ରମାନଙ୍କ ସହିତ ବାର୍ତ୍ତାଳାପ ଓ ବ୍ୟବହାରରେ ଆପଣଙ୍କୁ ଲାଭ ମିଳିବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ହେବେ।

କନ୍ୟା :
ଆଜି ଆପଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ବ୍ୟବହାର ଦ୍ବାରା ସମସ୍ତଙ୍କୁ ନିଜର କରିପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ଅକସ୍ମାତ ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।

ତୁଳା :
ଆଜି ଆପଣ କୁଟୁମ୍ବଜନମାନଙ୍କ ସହିତ ବିରୋଧ କରିପାରନ୍ତି।ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଆଣିଦେବ।

ବିଚ୍ଛା :
ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ‌ ‌। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଆୟ ବୃଦ୍ଧି ହେବ। ମିତ୍ରମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ମିଳିବ।

ଧନୁ:
ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର କରି ସମ୍ମାନିତ ହେବେ। ଆମୋଦ- ପ୍ରମୋଦରେ ଦିନଟି କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ସୁଖ ଶାନ୍ତି ମିଳିବ।

ମକର :
ଆଜି ଆପଣଙ୍କ ପାଇଁ ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦେବ। ବ୍ୟବସାୟରେ ନୂତନ ଯୋଜନା କରି ସଫଳତା ଲାଭ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।ସନ୍ତାନମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ।

କୁମ୍ଭ :
ଆଜି ନକାରାତ୍ମକ ଚିନ୍ତା ମନରେ ଭୟ ଆଶା ଆଶଙ୍କା ସୃଷ୍ଟି କରିବ। କୋୖଣସି ପରିସ୍ଥିତିରେ ଭାଙ୍ଗି ନପଡ଼ି ଧୈର୍ଯ୍ୟ ଆତ୍ମବିଶ୍ବାସ ରଖି କାର୍ଯ୍ୟ କରିଲେ ନିଶ୍ଚିତ ସଫଳତା ମିଳିବ ‌। ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।

ମୀନ :
ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ ‌। ମିତ୍ରମାନଙ୍କ ପରାମର୍ଶ ଓ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ‌।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.