Latest Odisha News

BREAKING NEWS

ଏଣିକି ଗୁଣ୍ଡିଚା ମନ୍ଦିରରେ ହେବ ନିଶୁଳ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଉ ଦେବାକୁ ପଡିବନି ପ୍ରବେଶ ଶୁଳ୍କ । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । କେବଳ ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ ମାହାଲ, ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ଆଦି ମାହାଲଗୁଡିକର ନିଲାମ ବନ୍ଦ କରାଯାଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ପୂର୍ବରୁ ୨୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ଆଦାୟ ହେଉଥିଲା । ଏହି ପ୍ରବେଶ ଶୁଳ୍ପ ଉଠାଇଦେବାକୁ ଭକ୍ତମାନେ ସ୍ୱାଗତ କରିଛନ୍ତି । ଏସବୁ ଶୁଳ୍କ ହଟାଇବା ଯୋଗୁଁ ପ୍ରାୟ ୭ କୋଟି ଟଙ୍କାର ରାଜସ୍ୱ ହାନି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.