Latest Odisha News

BREAKING NEWS

ଜାଣନ୍ତୁ, କେମତି କଟିବ ଆଜିର ଦିନ

ରାଶି ଫଳ 

ତା ୧୯-୧୦-୨୦୨୦ ସୋମବାର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା  

ଅକ୍ଟୋବର ତା ୧୯ ରିଖ ସୋମବାର ତୁଳା ୩ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର   

ଘାତ ବାର-: ମିଥୁନ ରାଶିର  

ଘାତ ଚନ୍ଦ୍ର-:ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର  

ଆଜି: ପୋଟଳ ଖାଇବା ନିଷେଧ

ମେଷ: ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ। ବିବାଦର ସମାଧାନ ହୋଇଯିବ । ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ ।ବାଣିଜ୍ୟ,ବ୍ୟବସାୟ ସଫଳତା ମିଳିବ ।ଯାତ୍ରା ଓ ବନ୍ଧୁମିଳର ଯୋଗ ରହିଛି

ବୃଷ: ଅଟକି ରହିଥିବା କାମଗୁଡିକୁ ତ୍ୱରାନ୍ବିତ କରି ଶେଷ କରିବେ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହେବ । ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । ଜମିଜମା,କଚେରି ମାମଲାରୁ ଉପକୃତ ହେବେ।

ମିଥୁନ: କର୍ମକ୍ଷେତ୍ରରେ ସାହାଯ୍ୟ ମିଳିବ । ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ସୌଖୀନ ଦ୍ରବ୍ୟ କ୍ରୟକରିପାରନ୍ତି।ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।

କର୍କଟ: ଭାବପ୍ରବଣତାବଶତଃ କଥା କହି ଅପଦସ୍ଥ ହୋଇପାରନ୍ତିପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ଆକସ୍ମିକ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ।ନିକଟସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

ସିଂହ: ଆଜି ଆପଣ ଅନ୍ୟମାନଙ୍କ ସକାଶେ ପ୍ରେରଣାର ପାତ୍ର ହେବେ । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଅତି ନିକଟତମ ମିତ୍ର କେହି ଛଳନା କରି ଦୂରେଇ ଯାଇପାରନ୍ତି।

କନ୍ୟା: ଆଜି ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।

ତୁଳା: ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।

ବିଛା :ପରିବେଶ ଓ ପରିସ୍ଥିତିକୁ ନେଇ ଅସ୍ଥିରତା ସୃଷ୍ଟି ହୋଇପାରେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ ।

ଧନୁ: ଅପ୍ରିୟ ସତ୍ଯ କହି ନିଜ ଲୋକମାନଙ୍କ ଚକ୍ଷୁଶିଳ ହେବେ । ପରିବାରରୁ ସ୍ନେହ ଶ୍ରଦ୍ଧା,ସମ୍ମାନ ଓ ଆଦର ମିଳିବ । କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।

ମକର :ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ପରିବହନ ଓ ଏଜେନ୍‌ଶିପ୍‌ରୁ ଲାଭବାନ ହେବେ ।

କୁମ୍ଭ: ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସାହସିକତାର  ସହ ସମସ୍ୟାକୁ ସୁଧାରି ନେବେ। ଘର ସାଜସଜ୍ଜା ନିର୍ମାଣରେ, ଆନୁଷ୍ଠାନିକ କାମରେ ଯୋଗ ଦେବେ । ଆର୍ଥିକ ପରିସ୍ଥିତି ଭଲ ରହିବ। କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

ମୀନ: ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ସମସ୍ଯା ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରତ୍ଯେକ କ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ଶିଳ୍ପ ,ବାଣିଜ୍ୟ, ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର , ମୋବାଇଲ ନମ୍ବର:-୯୪୩୭୨୨୫୪୩୪

 

Leave A Reply

Your email address will not be published.