ତା୨୧-୩-୨୦୨୧ ରବିବାର
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ମାର୍ଚ୍ଚ ତା ୨୧ରିଖ ରବିବାର
ମୀନ ୮ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଆଜିର ଘାତ ବାର- ମେଷ ରାଶିର
ଆଜିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ ବିଛା ,କୁମ୍ଭ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ- ନଡିଆ
ମେଷ
ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ । କୌଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ।

ବୃଷ
ଆଜି ଆପଣଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପ୍ରେରଣା ପ୍ରଦାନ କରିବ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।
ମିଥୁନ
ଆଜି ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଲାଭବାନ ହେବେ ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କୌଣସି ଖୁସି ଖବର ମିଳିବ।
କର୍କଟ
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ସାହସିକ ଓ ନିଷ୍ଠାର ସହିତ କାର୍ଯ୍ୟ କରି ପ୍ରଶଂସିତ ହେବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ସିଂହ
ଆଜି ଆପଣ କୌଣସି କାର୍ଯ୍ୟ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ ।ସେମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ।ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ।
କନ୍ୟା
ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରେ କଟିବ। ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ।

ବିଛା
ଆଜି ସମସ୍ତ ଦିଗରେ ସଫଳତା ହାସଲ କରିବେ । ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ
ଆଜି ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର
ଆଜି ଆପଣଙ୍କୁ ସଫଳତା ମିଳିବ, ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ। କାରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସମ୍ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।

କୁମ୍ଭ
ଆଜି ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଞ୍ଚାରହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିବ।
ମୀନ
ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର
Comments are closed.