Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା୨୧-୯-୨୦୨୦ ସୋମବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୧ ରିଖ ସୋମବାର କନ୍ୟା ୬ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର  

 ଘାତ ବାର-: ମିଥୁନ ରାଶିର  

ଆଜି: ବେଲ ଖାଇବା ନିଷେଧ 

ମେଷ

ଆଜି ଆପଣଙ୍କୁ ସଫଳତା ମିଳିବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମହିଳାମାନେ ପ୍ରତ୍ୟେକ ଦିଗରୁ ଯଶସ୍ବୀ ହେବେ ।

ବୃଷ: ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ମନ ଅସ୍ଥିର ସହ ଅପ ବ୍ଯୟ କରାଇବ ।କର୍ମ କ୍ଷେତ୍ରରେ ଶତୃ ବୃଦ୍ଧି ହେବ ।ବିଦ୍ଯାର୍ଥୀମାନେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।

ମିଥୁନ: ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ମାନ ହାନୀ ଅଙ୍ଗ ପୀଡା ଅନୁଭବ କରିବେ ।ନିଜର ଲୋକ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ

କର୍କଟ: ଧନ ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ଯ ପ୍ରାପ୍ତି ହେବ ।ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ ।ଆକସ୍ମିକ ଭାବରେ ଅର୍ଥ ପ୍ରାପ୍ତି ହେବ ।ଲୋକ ସମ୍ପର୍କ ବୃଦ୍ଧି ପାଇବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ: ଆଜି ଆପଣଙ୍କୁ ସଫଳତା ମିଳିବ ନାହିଁ ।ନିର୍ମାଣଧୀନ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ

କନ୍ୟା: ଆଜି ଆପଣଙ୍କୁ ସଫଳତା ମିଳିବ ।ଆଶାନୁରୂପ ଯୋଜନାକୁ କାର୍ଯ୍ୟକାରୀ କରିବେ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି ।ସାଂସାରିକ ଜୀବନରେ ହସଖୁସି ଦେଖା ଦେବ ।ବ୍ଯବସାୟରେ ସଫଳତା ମିଳିବ ।

ତୁଳା :ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ ।ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ମହିଳାମାନେ ଅପମାନିତ ଅସୁରକ୍ଷିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।

ବିଛା: କର୍ମ ପ୍ରାପ୍ତିର ଯୋଗ ରହିଛି ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ବ୍ଯୟ ।

ଧନୁ:ହଠାତ୍ ଶରୀର ଅସୁସ୍ଥ ହୋଇ ଯିବ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ମାଲିମକଦମାରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ । ନିର୍ମାଣଧୀନ କାର୍ଯ୍ଯରେ ବାଧା ବିଘ୍ନ ଦେଖା ଦେଇପାରେ

ମକର: ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ବ୍ଯବସାୟରେ ଯଗି ରଖି ଚଳନ୍ତୁ ଧାର କରଜ କରିପାରନ୍ତି ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସିତ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।

ମୀନ: ମନ ନିର୍ମଳ ରହିବ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ବ୍ଯବସାୟରେ ଲାଭ ମିଳିବ । ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Leave A Reply

Your email address will not be published.