Latest Odisha News

BREAKING NEWS

ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ

ଆଗ୍ରା: ଦୀର୍ଘ ୬ ମାସପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧା ତଜମହଲ । ୧୧୮ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ପ୍ରବେଶ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ କୋଭିଡ ନିୟମ ମାନିବାକୁ ପଡିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସର୍ବେକ୍ଷଣ ସଂସ୍ଥା ୧୭ ମାର୍ଚରେ ତାଜମହଲକୁ ବନ୍ଦ କରିଦେଇଥିଲା । ତେବେ ଆଜିଠାରୁ ଏହାକୁ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ଏଥିପାଇଁ ନୂଆ ବ୍ୟବସ୍ଥା ହୋଇଛି । ଗୋଟିଏ ଦିନରେ ମାତ୍ର ୫ ହଜାର ପର୍ଯ୍ୟଟକ ତାଜମହଲ ମଧ୍ୟକୁ ପ୍ରବେଶ କରିପାରିବେ । ଏଥିପାଇଁ ଦୁଇଟି ସିଫ୍ଟ କରାଯାଇଛି । ପ୍ରତ୍ୟେକ ସିଫ୍ଟରେ ଅଢେଇ ହଜାର ଲୋକଙ୍କୁ ତାଜମହଲକୁ ପ୍ରବେଶ ଅନୁମତି ଦିଆଯିବ । ଗ୍ରୁପ ଫଟୋଗ୍ରାଫିକୁ ପ୍ରଶାସନ ଅନୁମତି ଦେଇନାହିଁ । ତାମହଲ ଖୋଲାଯିବା ପାଇଁ ନିଷ୍ପତି ନିଆଯିବା ପରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନଲାଇନରେ ଟିକେଟ କାଟିବାକୁ ପଡିବ । ଏଥିପାଇଁ କାଉଂଟର ଖୋଲିବ ନାହିଁ । ପାର୍କିଂ ଓ ଅନ୍ୟ ସବୁ ଦେୟ ଡିଜିଟାଲ ପ୍ଲାଟଫର୍ମରେ ହେବ ।

Leave A Reply

Your email address will not be published.