Latest Odisha News

BREAKING NEWS

ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ, ଭୁଜାଳି ଚୋଟରେ ୨ ଗୁରୁତର

କେନ୍ଦ୍ରାପଡା: ଘରେ କଳାକନା ବୁଲାଇଲେ ଚୋର । ମାର୍ଶାଘାଇ କୁସୁନପୁର ଗାଁରେ ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ କରି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରେ ଚୋରି କରିବା ପାଇଁ ପସିଥିଲେ ଚୋର । ଘରଲୋକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଗୁରୁତର କାହ୍ନୁ ଚରଣ ନାୟକଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.