Latest Odisha News

BREAKING NEWS

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୨୩-୧-୨୦୨୧ରିଖ ଶନିବାର 

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଜାନୁଆରୀ ତା ୨୩ ରିଖ ଶନିବାର ମକର ୧୦ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ-: କଳମ୍ଵି ଶାଗ
ଆଜି ଶାମ୍ବ ଦଶମୀ ( ସୂର୍ଯ୍ୟ ପୂଜା) ନେତାଜୀ ଜୟନ୍ତୀ

ମେଷ
ଆଜି ଆପଣଙ୍କର ଦିନ ମଙ୍ଗଳମୟ ହେବ ‌।ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। ମହିଳା ମାନେ ସାହାସ ଧୈର୍ଯ୍ୟକୁ ନେଇ ଆବଶ୍ୟକତାକୁ ପୂରଣ କରିବେ। ସଭା ସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ।

ବୃଷ
ଆଜି ଆପଣ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ‌। ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଲାଭ କରିବେ।

ମିଥୁନ
ଆଜି ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଲାଭ ପାଇବେ । ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।

କର୍କଟ
ଆଜି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରିବେ।, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି। ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ।

ସିଂହ
ଆଜି ଶରୀରିକ ଓ ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ । ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।

କନ୍ୟା
ଆଜି ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। କୈ।ଣସି ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ସଫଳତା ମିଳିବ । ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ।

ତୁଳା
ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ମିଳିବ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ମତାନ୍ତର ଦେଖା ଦେଇପାରେ।

ବିଛା
ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।

ଧନୁ
ଆଜି ଆପଣଙ୍କର ଦିନ ଖୁବ୍ ସୁନ୍ଦର ରହିବ ‌। ଉନ୍ନତ ଚିନ୍ତାଧାରାର ସୃଷ୍ଟି ହେବା ସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ‌। ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହେବେ। ବନ୍ଧୁ ସମ୍ପର୍କ ସୁଦୃଢ ହେବ।ବ୍ୟବସାୟରେ ପୂର୍ବ ଅପେକ୍ଷା ସନ୍ତୋଷ ଦାୟକ ରହିବ।

ମକର
ଆଜି ସରକାରୀ ସାହାଯ୍ୟ ମିଳିବ ‌।ବିଶିଷ୍ଟବ୍ୟକ୍ତିଙ୍କ ସାନିଧ୍ୟ ପାଇ ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ସାହାଯ୍ୟ ସହଯୋଗ କ୍ରମେ ସୁଧୁରିଯିବ । ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ। ଆଶା ଆଶଙ୍କାର ଅବସାନ ହେବ।

କୁମ୍ଭ
ଲାଗି ରହିଥିବା ଟେନସନ‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ପାରନ୍ତି।

ମୀନ
ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମ ସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ଦୂର ହୋଇଯିବ। ଜମିଜମା ବିବାଦରେ ବିଜୟୀ ହେବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.