Latest Odisha News

BREAKING NEWS

ଉମରକୋଟ ପୋଲ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଉମରକୋଟ : ଉମରକୋଟ ତାଲପଦର ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲ ଭୁଶୁଡ଼ିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ । କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ପୋଲ ଭୁଶୁଡ଼ିବା ଘଟଣାରେ ପୂର୍ବରୁ ନିଲମ୍ବିତ ହୋଇଥିଲେ ସହକାରୀ ଯନ୍ତ୍ରୀ ।

ଗତ ୧୦ ତାରିଖରେ ପୋଲ ଭୁଶୁଡ଼ି ପଡ଼ିଥିଲା । ଫଳରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ୩ ଜଣ ଆହତ ହୋଇଥିଲେ । ପୋଲ ଭୁଶୁଡ଼ିବା ପରେ ଘଟଣାର ତଦନ୍ତ ଦିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର । ସୁନାବେଡ଼ା ଇସି ଓ ଇଆଇସି ସୁରେଶ ମିଶ୍ର ଘଟଣାର ତଦନ୍ତ କରୁଥିଲେ । ଏନେଇ ଠିକାଦାରଙ୍କ ନାଁରେ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ପୋଲ ଭୁଶୁଡ଼ିବା ଘଟଣାରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନାଁରେ ମାମଲା ହୋଇଥିଲା । ତେବେ ଗିରଫ ଭୟରେ ଠିକାଦାରଙ୍କ ସହ ୨ ଜଣ ଯନ୍ତ୍ରୀ ଫେରାର ଥିଲେ । ….

Leave A Reply

Your email address will not be published.