Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା ୨୪-୧୦-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ

ଆଜି ୨୦୨୦ମସିହା ଅକ୍ଟୋବର ତା ୨୪ ରିଖ ଶନିବାର ତୁଳା ୮ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର:-ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ:- ନଡ଼ିଆ ଓ ଲାଉ

ମେଷ : ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ପରିଜନମାନଙ୍କର ସହିତ ବିରୋଧ ହୋଇପାରେ, ସେଥିପାଇଁ କଥା ବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ : ଆଜିର ଦିନ ଶୁଭଫଳଦାୟୀ ହେବ । ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ । ସାମାଜିକ ରୂପରେ ମାନ-ପ୍ରତିଷ୍ଠା ମିଳିବ ଦାମ୍ପତ୍ୟ ଜୀବନରେ ସୁଖ ଆଉ ଶାନ୍ତି ପୂର୍ବ ପରିବାର ଅତୁଟ ରହିବ। ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବାର ଯୋଗ ରହିଛି ।

ମିଥୁନ : ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ବାତାବରଣ ଭଲ ରହିବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ଥିତିରେ ଅନୁକୂଳ ପରିବର୍ତ୍ତନ ଆସିବ। ଆପଣଙ୍କ କାର‌୍ୟ୍ୟରେ ବରିଷ୍ଠ ଅଧିକାରୀ ମଧ୍ୟ ସନ୍ତୁଷ୍ଟ ରହିବେ। ଧନ ପ୍ରାପ୍ତିର ଆଜି ଯୋଗ ରହିଅଛି।

କର୍କଟ: ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର ସିହାଯ୍ୟ ସହଯୋଗ ମିଳିବ । ମହିଳାମାନେ ନିଜ ପରିବାରରେ ପ୍ରସଂଶିତ ହେବେ ।

ସିଂହ:ଆଜି ଆପଣଙ୍କ ପାଇଁ ଦିନଟିକୁ ଶୁଭ ଫଳ ପ୍ରଦାନ କରିବ । ଦୂର ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା ଯୋଜନା କରିବା ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। କଥା ବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା : କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ। ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ। ମାନସିକ ରୂପରେ ଆପଣ ପ୍ରସନ୍ନତା ଅନୁଭବ କରିବେ। ପାରିବାରିକ ସୁଖ-ଶାନ୍ତି ରହିବ। ଯାତ୍ରା ଏବଂ ପର‌୍ୟ୍ୟଟନର ସମ୍ଭାବନା ଅଧିକ ଅଛି।

ତୁଳା: ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର‌୍ୟ୍ୟ ଏବଂ ସୃଜନାତ୍ମକ କାର‌୍ୟ୍ୟ କରିବାରେ ଆଗକୁ ବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଆଜି ସହକର୍ମିମାନଙ୍କର ଭଲ ସହଯୋଗ ପ୍ରାପ୍ତ କରିବେ। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।

ବିଚ୍ଛା : ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ । ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।

ଧନୁ: ଶାରୀରିକ ଏବଂ ମାନସିକ ପାରିବାରିକ ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ। ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।

ମକର : ଆଜ ଦିନ ଭଲ ଅଛି, ଆପଣ କାହା ସହିତ ଅଧିକ ବାଦ-ବିବାଦ କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ ସେଥିପାଇଁ କଥା ବାର୍ତ୍ତା ନିୟନ୍ତ୍ରଣ ରଖନ୍ତୁ ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ଭାଗ୍ୟ ବୃଦ୍ଧିର ଯୋଗ ଅଛି।

କୁମ୍ଭ : ଆଜି ସାଂସାରିକ ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ । ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋ ନିବେଶ କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର୍ଯ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।

ମୀନ : ସାବଧାନ ରୁହନ୍ତୁ କୋର୍ଟ-କଚେରୀର ଦ୍ୱାରସ୍ଥ ହୋଇ ପାରନ୍ତି । ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ ଆପଣ ଆନନ୍ଦ ଅନୁଭବ କରିବେ । ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରେ ଆପଣଙ୍କ ମନ ଲାଗି ରହିବ।

ଜ୍ୟୋତିର୍ବିଦ୍ ନିରଞ୍ଜନ ମହାପାତ୍ର , ମୋବାଇଲ:9437225434

Leave A Reply

Your email address will not be published.