Latest Odisha News

BREAKING NEWS

ବିନା ଭକ୍ତରେ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: କରୋନା କଟକଣା ଓ ବିନା ଭକ୍ତରେ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖୋଲରେ ପ୍ରଥମେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା । ଏହାପରେ ବିନା ଭକ୍ତରେ ସହର ପରିକ୍ରମା କରିବା ମା’ ମାଣିକେଶ୍ୱରୀଙ୍କ ଛତର । ଆଜି ସକାଳେ ରାଜନଅର ସ୍ଥିତ ମାଣିକେଶ୍ୱରୀ ମନ୍ଦିରରେ ରାଜା ଅନନ୍ତ ପ୍ରତାପ ଦେବ ଛତରକୁ ଗ୍ରହଣ କରିଥିଲେ ।

ଚଳିତବର୍ଷ ଛତରଯାତ୍ରାରେ ଯେଭଳି ଭକ୍ତଙ୍କର ସମାଗମ ନହେବ ସେଥିପାଇଁ ଜିଲ୍ଲା ପ୍ରଶସାନ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଥର ଏଭଳି ଯାତ୍ରା ଅନୁଷ୍ଠିତ ହୋଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ଜାରି କରାଯାଇଛି ୧୪୪ ଧାରା ।

Leave A Reply

Your email address will not be published.