Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  

ତା ୨୫-୧୦-୨୦୨୦ ରବିବାର

ଆଜିର ମହତ୍ତ୍ୱ

ଆଜି ୨୦୨୦ ମସିହା ଅକ୍ଟୋବର ତା ୨୫ ରିଖ ରବିବାର ତୁଳା ୯ ଦିନ ଆଶ୍ବିନ ମାସ ଶୁକ୍ଳପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଧନିଷ୍ଠା ନକ୍ଷତ୍ର ମକର‌‌‌ ଚନ୍ଦ୍ର

ଘାତ ବାର:-ମେଷ ରାଶିର 

ଘାତ ଚନ୍ଦ୍ର :- ସିଂହ ରାଶି ପୁରୁଷଙ୍କର 

ନିଷେଧ ଖାଦ୍ୟ :- ଲାଉ ଓ କଳମ୍ଵି ଶାଗ 

ଆଜି:- ଶାରଦୀୟ ଦୁର୍ଗାପୂଜାର ମୃଣ୍ମୟୀ ଦେବୀଙ୍କ ମହା ନବମୀ ପୀଠରେ ବିଜୟା ଦଶମୀ ,ସୋମନାଥ ବ୍ରତ

ମେଷ :ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବୃଷ: କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ଓ ବନ୍ଧୁ ସମ୍ପର୍କୀୟ ଦୁଶ୍ଚିନ୍ତାରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେବ ।

ମିଥୁନ: ଆଜି ଆର୍ଥିକ ଉନ୍ନତି ହେବା ସହ ସମସ୍ୟା ସମାଧାନ ଓ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ପୂର୍ବ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ନିଜର ସହନଶୀଳତା ଗୁଣରୁ ପାରିବାରିକ ଜୀବନ ସୁଖପ୍ରଦ ହେବ । ବାଣିଜ୍ୟ, ପରିବହନରେ ସମସ୍ୟା ଦେଖାଦେଇପାରେ।

କର୍କଟ: ଆଜି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବ । ସମସ୍ତ ପ୍ରକାରର ଘାତ ଓ ପ୍ରତିଘାତ ଦୂରେଇ ଯିବ । ପାରିବାରିକ ଜୀବନ ସୁଖମୟ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।

ସିଂହ: ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ।ଉଚ୍ଚ ପଦସ୍ଥବ୍ୟକ୍ତି ମାନଙ୍କ ସୌହାର୍ଦ୍ଦ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ସାମୟିକ ବାଧା ଓ ପ୍ରତିବନ୍ଧକର ଦେଖାଦେଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କନ୍ୟା: ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ସହକର୍ମୀମାନଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆଜି କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିବ । ଗୃହ, ଭୂମି, ଯାନ ବାହନ ଲାଭ କରିବେ ।

ତୁଳା: କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କ୍ରମକ୍ଷେତ୍ରରେ ପ୍ରଶଂସନୀୟ ହେବେ। ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ । ଆଜିର ଯାତ୍ରାରେ ସଫଳତା ମିଳିବ ।

ବିଛା :ଆଶା କରିଥିବା ଅର୍ଥ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ପାରିବାରିକ ସମର୍ଥନ ଆପଣଙ୍କୁ ବିଜୟ କରାଇବ ।

ଧନୁ:ଅସାବଧନତା କାରଣରୁ ଧନହାନିର ଆଶଙ୍କା ଦେଖାଦେବ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବା କଷ୍ଟକର ହେବ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

ମକର: ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ଆଦରଣିଯ ହେବେ । ଗୁରୁଜନମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।

କୁମ୍ଭ: ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ଅପରାହ୍ନରେ ଶୁଭ ଖବର ପାଇବେ ।

ମୀନ:କାର୍ଯ୍ୟ ସାଧନ ସକାଶେ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ମିଳିବ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ବ୍ୟବସାୟରେ ଲାଭବାନ ହେବେ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର, ମୋବାଇଲ:- 9437225434

Leave A Reply

Your email address will not be published.