Latest Odisha News

BREAKING NEWS

ନବରାତ୍ରୀର ନବମ ଦିନ; ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତଜନନୀ ମାଆ ଦୁର୍ଗା

ଭୁବନେଶ୍ୱର: ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀକରି ନିଜ ଦୁର୍ଗର କାଳକୋଠରୀରେ ବନ୍ଦକରି ନିତ୍ୟ ନିର୍ଯ୍ୟାତନା ଦେବାରେ ଲାଗିଲା । ସବୁ ଦେବତା ଭୀତତ୍ରସ୍ତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ ।

ଦୟାରେ ବିଗଳିତ ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କଲେ । ଯେତେବେଳେ ଦୁର୍ଗ ମା’ଙ୍କୁ ଆକ୍ରମଣ କରିବାକୁ ଆସିଲା ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହିଦିନଠାରୁ ସେ ଦୁର୍ଗ ନାଶକାରି ଦୁର୍ଗା ଭାବେ ପୂଜିତ ହେଲେ । ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ । କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି ।

ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।

ଆଜି ଏହି ଶାରଦୀୟ ଦୁର୍ଗାପୂଜା ତଥା ନବରାତ୍ରର ନବମ ଦିନ। ଏହିଦିନ ମହାଗୌରୀ ରୂପରେ ମାଆ ପୂଜା ପାଉଛନ୍ତି।

ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। (କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହ ଭାବେ ଦର୍ଶାଯାଇଥିବା ବେଳେ ସେ ପଦ୍ମ ଉପରେ ଉପବେଶନ କରିଥାନ୍ତି।) ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ ।

Leave A Reply

Your email address will not be published.