Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୮-୮-୨୦୨୧ ଶନିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଅଗଷ୍ଟ ତା ୨୮ ରିଖ ଶନିବାର ସିଂହ ୧୨ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର
ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର- ମେଷ ରାଶିର
ନିଷେଧ ଖାଦ୍ୟ- ପିତା ଦ୍ରବ୍ୟ

ମେଷ:
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ ।ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ପାରିବାରିକ ଜୀବନ ସୁଖ ପ୍ରଦ ହେବ । ରାଜନୀତି କ୍ଷେତ୍ରରେଥିଲେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ଜନସମର୍ଥନ ହାସଲ କରିବେ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ବୃଷ:
ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ।ବ୍ୟବସାୟରେ ଆର୍ଥିକ ଉନ୍ନତି ଦେଖା ଦେବ। ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେବେ।

ପ୍ରତିକାର- କିଛି ମହୁ ଖାଇ ଯାତ୍ରା କରନ୍ତୁ ।

ମିଥୁନ:
ଆଜି ଆପଣଙ୍କୁ ଶୁଭ ସମାଚାର ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ବିଜୟୀ ହେବେ। ତରଭର ହୋଇ କାର୍ଯ୍ୟ କରନ୍ତୁ ନାହିଁ। ମାଲିମୋକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ। ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

ପ୍ରତିକାର- ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ।

କର୍କଟ:
ଆଜି ଗୃହରେ ମାଙ୍ଗଳିକ କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେବେ ‌ ଆୟ ତୁଳନାରେ ବ୍ୟୟ ଅଧିକ ହେବ । ପିଲାମାନଙ୍କ ଉନ୍ନତି ପାଇଁ ବ୍ୟସ୍ତ ବିବ୍ରତ ହେବେ ।

ପ୍ରତିକାର:- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।

ସିଂହ:
ଆଜି ପ୍ରତ୍ୟେକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି କରିବା ସହିତ ଅଶାନୁରୁପ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ପ୍ରତିକାର- ଓଁ ଘୃଣିସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

କନ୍ୟା:
ଆଜି ପୂର୍ବର ଦୁଃଶ୍ଚିନ୍ତା ଦୂର ହୋଇଯିବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବେ ।

ପ୍ରତିକାର- ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ପ୍ରଭୁଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ତୁଳା:
ଆଜି ସନ୍ତାନମାନେ ଆଜ୍ଞାଧୀନ ହେବେ।ଅପରାହ୍ନରେ ଶୁଭ ଖବର ଶୁଣି ଖୁସି ହେବେ । ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ପୂର୍ବର ଜମି, ଜମା ବିବାଦର ସମାଧାନ ହୋଇଯିବ। ଆୟ ବ୍ୟୟ ପ୍ରାୟତଃ ସମାନ ରହିବ।

ପ୍ରତିକାର:- ପ୍ରବେଶ ଦ୍ଵାରର ଡାହାଣ ପଟେ ପୂର୍ଣ୍ଣ କୁମ୍ଭ ଟିଏ ସ୍ଥାପନ କରି ତାକୁ ଦର୍ଶନ କରି ଯାତ୍ରା କରନ୍ତୁ। ।

ବିଛା:
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ଯାହା ଫଳରେ ମନ ଆନନ୍ଦିତ ହେବ।ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ । ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ଗାଡି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ। ।

ପ୍ରତିକାର- ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ଧନୁ:
ଆଜି ଆପଣଙ୍କୁ ସମସ୍ତ ଦିଗରେ ସଫଳତା ମିଳିବ । ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ପ୍ରତିକାର-ମା ଦୁର୍ଗାଙ୍କୁ ପାଞ୍ଚୋଟି ଲାଲ ରଙ୍ଗର ମନ୍ଦାର ଫୁଲ ଚଢାନ୍ତୁ ।

ମକର:
ଆଜି କଥା ବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ।ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରିବେ ।ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝାମଣା ଦେଖାଦେଇପାରେ ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଶୁଭଫଳ ପାଇବେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ପ୍ରତିକାର:- ପକ୍ଷୀମାନଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:
ଆଜି ଆପଣଙ୍କର ଆଶା ଆକାଂକ୍ଷା ପୂରଣ ହେବ। ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟର ଅଧିକାରୀ ହେବେ। ପରିବାରରେ ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ ଦୂର ହୋଇଯିବ । ଭ୍ରାତୃ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ପ୍ରତିକାର-ମା ଦକ୍ଷିଣ କାଳୀଙ୍କୁ ଆରାଧନା କରନ୍ତୁ ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ଚଢାନ୍ତୁ ।

ମୀନ:
ଆଜି ବୁଦ୍ଧି ବିବେକ ଜ୍ଞାନ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମର୍ଥ ହେବେ। ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ଆଶ୍ରିର୍ବାଦ ଆପଣଙ୍କୁ ମିଳିବ। ଯଶ-ମାନ ସମ୍ମାନ ମିଳିବ

ପ୍ରତିକାର:- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଇବାକୁ ଦିଅନ୍ତୁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.