Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୨-୭-୨୦୨୦ ଗୁରୁବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨ ରିଖ ଗୁରୁବାର ମିଥୁନ  ୧୮ ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ  ଦ୍ୱାଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର:- ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର:- ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: ପୋଇ  ଖାଇବା ନିଷେଧ
ଆଜି ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ସୁନାବେଶ
ମେଷ
ଦେହ ମନ ସୁସ୍ଥ ରହିବ ଓ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଧନ,ମାନ ସମ୍ମାନର ଅଧିକାରୀ ହେବେ । ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସନୀୟ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା  ପାଇବେ
ବୃଷ
କର୍ମ କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ହାସଲ କରିବେ । ଶତୃମାନେ ପରାଜୟ ହେବେ । ମହିଳାମାନେ ନିଜ ପରିବାରରେ ଆଦରଣୀୟ ହେବେ ।ଶରୀର ସୁସ୍ଥ  ରହିବ ।
ମିଥୁନ  
ଜଗି ରଖି ଚଳନ୍ତୁ ସାମାନ୍ୟ କଥାକୁ କେନ୍ଦ୍ର କରି ମିତ୍ରମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ଶାରୀରିକ ପୀଡା ଦେଖା ଦେଇପାରେ ।
କର୍କଟ
ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ  ଆନନ୍ଦିତ ହେବେ ।ବିଚାରଧୀନ ମାଲିମକଦମାରେ  ବିଜୟୀ ହେବେ  । ସ୍ଵାଦିଷ୍ଟ ଭୋଜନ ମିଳିବ ।  ଅର୍ଥାଗମ ହେବ ।  ବ୍ୟବସାୟରେ  ଆଶାନୁରୂପ ଲାଭବାନ ହେବେ ।
ସିଂହ
ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ । ଆଶା କରୁଥିବା ଦିଗରୁ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି ।କ୍ରମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
କନ୍ୟା
ପ୍ରତେକଟି  କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଶତୃମାନେ ପରାଜିତ ହେବେ । ଯଶ ଗୌରବ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ  ବିଦ୍ୟାରେ ସଫଳତା ପାଇବେ ।
ତୁଳା
ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।
ବିଛା
ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କଳା ସାହିତ୍ୟ ସଙ୍ଗୀତ  ଅଭିନୟ କ୍ଷେତ୍ରରେ ସଫଳତା ମିଳିବ । ପରିବହନ ଜାତୀୟ ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ ।
ଧନୁ
ଉତ୍ତମ ବ୍ୟବହାର ଓ ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ମହିଳାମାନେ ଜଗି ରଖି ଚଳନ୍ତୁ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି । କୌଣସି ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।
ମକର
ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଖୁସି ରହିବ । ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ ।
କୁମ୍ଭ
ଅର୍ଥ ହାନୀ କାର୍ଯ୍ୟରେ ବ୍ୟାଘାତ ମନକୁ ଭାରାକ୍ରାନ୍ତ କରାଇବ । ଯାନବାହନ ଚାଳନାର ସର୍ତକତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ମହିଳାମାନେ ବିନା ଦୋଷରେ ଦୋଷି ସାବ୍ୟସ୍ତ ହେବେ ତେଣୁ ଜଗିରଖି ଚଳନ୍ତୁ ।
ମୀନ
ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ । ଅନେକ ଦିନରୁ  ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ । ଜମିଜମା ଜାତୀୟ ବ୍ୟବସାୟରେ ଲାଭବାନ ହେବେ । ଶତୃମାନେ ପରାଜିତ ହେବେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

 

Leave A Reply

Your email address will not be published.