Latest Odisha News

BREAKING NEWS

ସିଆରପିଏଫ୍ ଉପରେ ହମଲା କରିଥିଲା ପାକିସ୍ତାନ ଆତଙ୍କୀ ଉସମାନ ଭାଇ

ଜମ୍ମୁ କଶ୍ମୀର: ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀ ସଂଗଠନର ହାତ ରହିଛି । ଲସ୍କର-ଏ-ତୋଇବାର ଆତଙ୍କବାଦୀ ଉସମାନ ଭାଇ ଏହାର ଲିଡର୍ । ସାଥ ଦେଇଥିଲା ସ୍ଥାନୀୟ ଆତଙ୍କୀ ଆଦିଲ୍ । ଦୁହେଁ ମିଶି ଏକ ମସଜିଦ ଭିତରୁ ସିଆରପିଏଫ୍ ଟିମ୍ ଉପରେ ହମଲା କରିଥିଲେ ।

କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ଉସମାନ ଭାଇ ନିଜ ସାଥୀ ସହ ମସଜିଦ ଭିତରେ ଲୁଚିଥିଲା । ଆକ୍ରମଣ ନେଇ ସିଆରପିଏଫ୍ ଯବାନମାନେ ପ୍ରସ୍ତୁତ ନଥିବା ବେଳେ ହଠାତ ହମଲା କରିଥିଲା ଉସମାନ । ଆତଙ୍କୀମାନେ ମସଜିଦ ଭିତରେ ଥିବାରୁ ଯବାନଙ୍କ ପକ୍ଷରୁ ଜବାବୀ ହମଲା ହୋଇ ନଥିଲା । ଯବାନ ଫାୟାରିଂ କରିଥିଲେ ମାମଲା ସମ୍ବେଦନଶୀଳ ହୋଇ ଥାଆନ୍ତା ।


ଆକ୍ରମଣ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆତଙ୍କବାଦୀ । ମସଜିଦ ପରିସରରୁ ମିଳିଛି ଦୁଇଟି ମାଗାଜିନ୍ । ଲଗାତାର ଭାବରେ ମସଜିଦ ଭିତରୁ ହମଲା କରୁଛନ୍ତି ଆତଙ୍କବାଦୀ । ଏହି ଘଟଣା ପରେ ସତର୍କ ରହିବା ପାଇଁ ମସଜିଦଗୁଡ଼ିକୁ କହିଛି ଜମ୍ମୁ ପୋଲିସ । ଆତଙ୍କବାଦୀଙ୍କୁ ଭିତରେ ପ୍ରବେଶ ନ କରାଇବାକୁ ଅପିଲ୍ କରିଛନ୍ତି ଜମ୍ମୁ ପୋଲିସ ଆଇଜି ।

Leave A Reply

Your email address will not be published.