Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ

ତା୦୫-୦୬-୨୦୧୯ ବୁଧବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଜୁନ ତା ୫ ରିଖ ବୁଧବାର ବୃଷ ୨୨ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
କର୍କଟ ରାଶିର ଘାତ ବାର
କନ୍ୟା ରାଶି ପୁରୁଷ ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତ ଚନ୍ଦ୍ର
ଆଜି: ବାଇଗଣ ଓ କଖାରୁ ଖାଇବା ନିଷେଧ

ମେଷ
ଆଜି ଆପଣ ଶୃଙ୍ଖଳିତ କାର‌୍ୟ୍ୟ କରି ପ୍ରସଂଶିତ ହେବ । କର୍ମକ୍ଷେତ୍ରରେ ମଙ୍ଗଳି ସାହସିକତାର ପରିଚୟ ପ୍ରଦାନ କରି କାର‌୍ୟ୍ୟ ହାସଲ କରିବ। ମହିଳାମାନେ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି।

ବୃଷ
ଭଲ ଓ ମନ୍ଦର ମିଶ୍ରିତ ଫଳ ଦିନଟିକୁ ହର୍ଷ ବିଷାଦରେ ନିମଗ୍ନ କରାଇବ । ବନ୍ଧୁମାନଙ୍କ କାର‌୍ୟ୍ୟଶୈଳୀକୁ ନାପସନ୍ଦ କରି ଅପ୍ରିୟତା ଅର୍ଜନ କରିବେ । ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ଼ କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ଲାଭବାନ ହେବେ।

ମିଥୁନ
ଭଲ ମନ ନେଇ କାମ କଲେ ମଧ୍ୟ ପରିସ୍ଥିତି ଅନୁସାରେ କାମ କରିବାକୁ ବାଧ୍ୟ ହେବେ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହୋଇପାରେ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ହେବେ ।

କର୍କଟ
ଯଗି ରଖି କାର‌୍ୟ୍ୟ କରନ୍ତୁ ବିବାଦରେ ପଶିବା ଠିକ୍‌ ହେବନାହିଁ । ଆତ୍ମୀୟଙ୍କ ବେଖାତିର କଥା ସକାଶେ ଅନୁତାପ କରିପାରନ୍ତି। ଅର୍ଥ ସମ୍ପର୍କୀୟ କୌଣସି ସମସ୍ୟା ଦୂରେଇଯିବ । ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ ।

ସିଂହ
ମନ ପ୍ରଫୁଲ୍ଲ ରହିବ । ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ପ୍ରକାର ଯୋଜନା କରିପାରନ୍ତି। ଆକସ୍ମିକ ଭାବରେ କୌଣସି ନୂତନ କାର‌୍ୟ୍ୟରେ ହାତ ଦେବାକୁ ସ୍ଥିର କରିବେ । ମଧ୍ୟାହ୍ନରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।

କନ୍ୟା
ଆଜି ଅର୍ଥ ଓ ଦ୍ରବ୍ୟଲାଭ ସକାଶେ ଚେଷ୍ଟିତ ରହିବେ । କର୍ମକ୍ଷେତ୍ର ପାଇଁ ବିଶେଷ ଅସୁବିଧା ହେବନାହିଁ । ବନ୍ଧୁମାନେ ହଠାତ୍‌ ଶତ୍ରୁତା କରିବେ । ଇଚ୍ଛା ନ ଥିଲେ ମଧ୍ୟ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।

ତୁଳା
ପରିବାରରେ କାହା ମନ କାହା ସାଙ୍ଗରେ ନ ମିଶିବା କାରଣରୁ ମନ ଭଲ ରହିବ ନାହିଁ । ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡିପାରେ ।

ବିଛା
ଆଜି କାର‌୍ୟ୍ୟରେ ବିଳମ୍ବ ଓ ବିଘ୍ନ ସୃଷ୍ଟି କରିବ।ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କୁ ନିଜ କାମରେ ସହଭାଗିତା କରାଇପାରିବେ । ପରିବାରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ସମସ୍ୟା ସୃଷ୍ଟି ହୋଇପାରେ ।

ଧନୁ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଭାବୁଥିବା କଥାଟି ଆଜି ଯଥାସମୟରେ ହୋଇଯିବ । କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରଚନାମତ୍କ କାର‌୍ୟ୍ୟରେ ଅଗ୍ରଗତି ଘଟିବ । ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭାସମିତି ଓ ଆନୁଷ୍ଠାନିକ କାମରୁ ମନ ଖୁସି ରହିବ ।

ମକର
ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। କିନ୍ତୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିବ । ସଭାସମିତି, ପ୍ରଶାସନ କିମ୍ବା ବନ୍ଧୁ ଗହଣରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରେ ସମସ୍ୟାର ସମାଧାନ ଜଣେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ମାଧ୍ୟମରେ ହୋଇଯିବ ।

କୁମ୍ଭ
ଶାରୀରିକ ସୁସ୍ଥତା ଅନୁଭବ କରିବେ। ଏକ ଭିନ୍ନ ପରିସ୍ଥିତିରେ ଦୀର୍ଘଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡିହୋଇଯିବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ମହିଳାମାନେ ବନ୍ଧୁଙ୍କ ନିକଟରୁ କିଛି ସାହାଯ୍ୟ ପାଇପାରନ୍ତି।

ମୀନ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଦେଖାଦେଇପାରେ । ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ।ଶୁଭକାର‌୍ୟ୍ୟରେ ପରିବାରରୁ ଉତ୍ସାହ ଓ ପ୍ରେରଣାରୁ ଉପକୃତ ହୋଇପାରନ୍ତି।

Leave A Reply

Your email address will not be published.