Latest Odisha News

BREAKING NEWS

ପଥପ୍ରାନ୍ତ ସୁବିଧା କେନ୍ଦ୍ର ବଢ଼ାଉଛି ପଥିକଙ୍କ ଦୁଃଖ !

ଦେବଗଡ଼: ଦେବଗଡ଼ ଜ଼ିଲ୍ଲା ରିଆମାଲ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏଵେ ବଢ଼ାଇଛି ପଥିକଙ୍କ ଦୁଃଖ l ରାଜ୍ୟ ସରକାର ଜାତୀୟ ରାଜପଥ ରେ ଯାତାୟାତ କରୁଥିବା ପଥିକଙ୍କ ବିଭିନ୍ନ ସମସ୍ୟା କୁ ହୃଦବୋଧ କରି ପ୍ରାୟ ୧ କୋଟି ଟଙ୍କା ଅର୍ଥ ବିନିମୟରେ ବର୍ଷକ ତଳେ ଜ଼ିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା ଏହି କେନ୍ଦ୍ର । ପଥିକଙ୍କ ଉଦ୍ଧେଶ୍ୟ ରେ ଲୋକାର୍ପିତ କରାଯାଇଥିଲା ଏହାକୁ ମାତ୍ର ଦୁଖଃର ବିଷୟ ଏହିକିଯେ ଅତି ନିମ୍ନ ମନର କୋଠା ନିର୍ମାଣ ହୋଇଥିବାରୁ ବର୍ଷକ ମଧ୍ୟରେ ଏହି ସୁବିଧା କେନ୍ଦ୍ରର ଛାତରେ ଅସଂଖ୍ୟ ଫାଟ ସୃଷ୍ଟି ହୋଇଛି l

ଏଥିସହିତ ଗୃହର ଲୁହା ବିମ ମଧ୍ୟ ଫାଟିଯିବାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଫଳରେ ପଥିକ ସେଠାକୁ ଯାଇ ସୁବିଧା ଗ୍ରହଣ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି l

ଅନ୍ୟପଟେ ଏହାର ଫ୍ଲୋର ଟାଇଲ ଫାଟି ଯାଇଥିବା ବେଳେ ଫ୍ୟାନ ଗୁଡିକ ବଙ୍କି ଯାଇ ଦୟନୀୟ ଅବସ୍ଥା ସୃଷ୍ଟି କରିଛି l ଏ ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣ ରେ ଦାବି ହେଉଛି l

Leave A Reply

Your email address will not be published.