Latest Odisha News

BREAKING NEWS

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ , ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ମିଆଦୀ ଜମା ବା ଫିକ୍ସଡ଼ ଡିପୋଜିଟ ସୁଧ ଦର କମ କରିଛି |

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରିଟେଲ ଫିକ୍ସଡ ଡିପୋଜିଟ ଦର ୧୦-୫୦ ଆଧାର ଅଙ୍କ କମ କରିଛି | ଯାହା ବହୁ ଏଫଡି ଉପରେ ଏହା ୨୫-୫୦ ଆଧାର ଅଙ୍କ କମ କରିଛି | ଯାହା ୧୦ ଫେବ୍ରୁଆରୀରୁ ଲାଗୁ କରିବ |

ବ୍ୟାଙ୍କ ୭ରୁ ୪୫ ଦିନ ଅବଧି କୁ ଛାଡି ଆଉ ସବୁ ରୁ ସୁଧ କମାଇ ଦେଇଛି | ଏସବିଆଇ ୪୬ ରୁ ୧୭୯ ଦିନ ଅବଧି ଭିତରେ ସୁଧ ହାର ୫୦ ଆଧାର ଅଙ୍କ କମ କରିଛି | ଏବି ଜମା ରାଶି ଉପରେ ସୁଧ ହାର ପାଞ୍ଚ ପ୍ରତିଶତ ରହିବ |

ସେହିପରି ୧୮୦ ଦିନ ରୁ ୨୧୦ ଦିନ ଓ ୨୧୧ ଦିନ ରୁ ଏକ ବର୍ଷ ପର୍ଯ୍ୟନ୍ତ ଅବଧି ଭିତରେ ପରିପକ୍ୱ ଏଫଡ଼ି ଉପରେ ଏସବିଆଇ ୫.୫୦ ପ୍ରତିଶତ ଦରରେ ସୁଧ ଦେଉଛି | ଏହା ପୂର୍ବରୁ ଜମା ରାଶି ଉପରେ ୫.୮୦ ପ୍ରତିଶତ ସୁଧ ଦେଉଥିଲା |

ଏହା ରୁ ଦଶ ବର୍ଷ ଅବଧି ଏଫଡ଼ି ଉପରେ ଏସବିଆଇ ସୁଧ ଡ୍ର ୬.୧୦ ପ୍ରତିଶତ କମାଇ ଛଅ ପ୍ରତିଶତ କରିଦେଇଛି | ସେହିପରି, ୧୮୦ ଦିନ ରୁ ନେଇ ୨୧୦ ଦିନ ଓ ୨୧୧ ଦିନ ରୁ ନେଇ ଏକ ବର୍ଷ ପର୍ଯ୍ୟନ୍ତ ଅବଧି ପରିପକ୍ୱ ଏଫଡ଼ି ଏବେ ଛଅ ପ୍ରତିଶତ ସୁଧ ଦେବ |

ସିନିଅର ସିଟିଜେନସ ପାଇଁ ୬.୫୦ ପ୍ରତିଶତ ସୁଧ ଏଫଡ଼ି ଉପରେ ନିକଟରେ ସୁଧ ଦର କମାଇ ବା ପରେ ଏସବିଆଇ ବରିଷ୍ଠ ନାଗରିକ କୁ ଏକ ରୁ ଦଶ ବର୍ଷ ପର୍ଯ୍ୟନ୍ତ ଏଫଡ଼ି ଉପରେ ୬.୫୦ ପ୍ରତିଶତ ସୁଧ ଦେବ |

ସୂଚନାଯୋଗ୍ୟ ଯେ ଏସବିଆଇ ଭାରତରେ ୨୪୦୦୦ ଶାଖା ଓ ବିଶ୍ୱରେ ୩୫ ଅନ୍ୟ ଦେଶରେ ୧୯୦ ରୁ ଅଧିକ ଶାଖା ଅଛି | ଏସବିଆଇ ପାଖରେ ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟର ର ୧/୫ ବଜାର ଅଂଶ ଅଛି | ଏହାସହ ଦୁନିଆ ରେ ଏହି ବ୍ୟାଙ୍କ ର ୪୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି |

 

Leave A Reply

Your email address will not be published.