Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୮-୦୫-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମଇ ତା ୮ ରିଖ ଶୁକ୍ରବାର ମେଷ ୨୬ ଦିନ  ଜ୍ଯେଷ୍ଠ  ମାସ କୃଷ୍ଣ ପକ୍ଷ ପ୍ରତିପଦା  ତିଥି  ବିଶାଖା   ଭୁକ୍ତ ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର  
 ଘାତ ବାର-: ବିଛା ଧନୁ ଓ ମୀନ ରାଶିର 
ଘାତ ଚନ୍ଦ୍ର-: ସିଂହ,କନ୍ୟା ଓ ମକର ରାଶି ମହିଳାଙ୍କର 
ଆଜି:   ପାଣି କଖାରୁ ଖାଇବା ନିଷେଧ
 ମେଷ  :
ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି।  ବ୍ଯବସାୟରେ ଆଶାନୁରୂପ ଲାଭବାନ ମିଳିବ ନାହିଁ ।
ବୃଷ : 
ଅର୍ଥ ପ୍ରାପ୍ତି ହେବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ସ୍ଵାଦିଷ୍ଟ ଭୋଜନ ମିଳିବ  । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଚେଷ୍ଟା କରୁଥିବା ଦିଗରୁ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।
ମିଥୁନ  :
ଯଗି ରଖି ଚଳନ୍ତୁ,ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ଶତୃମାନେ ଚକ୍ରାନ୍ତ କରିବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ସନ୍ତାନମାନେ ଉତ୍ସୃଖଳିତ ହେବେ  ।ବହୁଦିନର ଆଶା ଆଶାରେ ରହିଯିବ।
କର୍କଟ :
ମନ ପ୍ରଫୁଲ୍ଲ ରହିବ ।ପ୍ରତ୍ୟେକ ଦିଗରୁ ସଫଳତା ମିଳିବ ।ନିର୍ମାଣ ଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।ବ୍ଯବସାୟରେ ଆୟ ବୃଦ୍ଧି ଘଟିବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ଗୃହକୁ ଅପରାହ୍ନରେ ବନ୍ଧୁ ଆଗମନ ହେବେ  ।ଶତୃମାନେ ପରାଜିତ ହେବେ ।
ସିଂହ:
ପାରିବାରିକ ଶାନ୍ତି ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ।ବ୍ଯବସାୟ ବାଣିଜ୍ୟ ଓ ପରିବହନ ଦିଗରୁ ଲାଭବାନ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ  ।
କନ୍ୟା  :
ଆଜି ଯଗି ରଖି ଚଳନ୍ତୁ,ଶାରୀରିକ ପୀଡା ଅନୁଭବ କରିବେ ।କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ବିଚଳିତ କରାଇବ ।
ତୁଳା :
 ଆୟ  ଅପେକ୍ଷା ବ୍ଯୟ ଅଧିକ ହେବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେଇପାରେ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।
ବିଛା  :
ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଉତ୍ତମ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ  ଯାତ୍ରାରେ ଶୁଭଫଳ ମିଳିବ ।ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବ ।
ଧନୁ: 
ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାତ୍ରାରେ ସଫଳତା ମିଳିବ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି । ମାଲିମକଦମାରେ ବିଜୟୀ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।
ମକର:
ହଠାତ୍ ଦେହ ମନ ଅସୁସ୍ଥ ହୋଇପାରେ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।
କୁମ୍ଭ:
ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ଲାଭବାନ ହେବେ ।ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ ।
ମୀନ :
ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ ।ବକେୟା ଅର୍ଥ ହସ୍ତଗତ ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ସାହିତ୍ୟ କଳା ଓ ସାସ୍କୃତିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.