Latest Odisha News

BREAKING NEWS

ମା କୁକୁରକୁ ମାରିବା ଅଭିଯୋଗ, ମହିଳାଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର : କିଛି ଦିନ ପୂର୍ବରୁ ଲିଙ୍ଗରାଜ ଥାନା ଅଂଚଳରେ ଏକ ଗର୍ଭବତୀ କୁକୁରକୁ ଲୁହାରଡରେ ମାଡ ମାରିବା ଓ ପରେ ତାର ମୃତ୍ୟୁ ହେବା ଘଟଣାରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

BjdElectrycity

ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ, ଧାରା ୨୬୮ ଏବଂ ଧାରା ୪୨୯ ଏବଂ ଜୀବଜନ୍ତୁଙ୍କ ପ୍ରତି ହିଂସା ନିରୋଧ ଆଇନ ସେକସନ ଦୁଇ ଅନୁଯାୟୀ ମାମଲା ରୁଜୁ ହୋଇଛି ।

କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ କାହାରିକୁ ଗିରଫ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯାଇଛି ।  ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ ହେବ  ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହି ଅମାନବୀୟ କାଣ୍ଡ ଏପ୍ରିଲ ୨୧ରେ ଘଟିଥିଲା । ଏ ନେଇ ଆନିମଲ ୱେଲ ଫେୟାର ଟ୍ରଷ୍ଟ, ଏକାମ୍ରର ସଦସ୍ୟ ପୂରବୀ ପାତ୍ର ଖବର ପାଇବା ପରେ କୁକୁରଟିକୁ ଉଦ୍ଧାର କରି ତାର ଚିକିତ୍ସା କରିଥିଲେ । ତାକୁ ଅପରେସନ କରାଯାଇ ତାର ଦୁଇଟି ଛୁଆକୁ ଜନ୍ମ ହୋଇଥିଲେ । ତେବେ ରଡ୍‌ରେ ମାଡ ଯୋଗୁଁ ମାଆ କୁକୁରଟି ଏତେ ଯନ୍ତ୍ରଣା ପାଉଥିଲା ଯେ ପାଞ୍ଚ ଦିନ ପରେ ସେ ଆଖି ବୁଜିଥିଲା । ପରେ ପରେ ଗୋଟିଏ କୁକୁର ଛୁଆର ବି ମୃତ୍ୟୁ ହୋଇଥିଲା ।

ଏ ନେଇ କିଛି ପଶୁପ୍ରେମୀ ଲିଙ୍ଗରାଜ ଥାନାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.