Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୮-୧୦-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ୨୦୧୯ ମସିହା ଅକ୍ଟୋବର ମାସ ୦୮ତାରିଖ ମଙ୍ଗଳବାର କନ୍ୟା ୨୨ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର:- ମକର ରାଶିର
ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର
ନିଷେଧ ଖାଦ୍ୟ:- କଳମ୍ବୀ ଶାଗ ଖାଇବା ନିଷେଧ

ମେଷ
କର୍ମକ୍ଷେତ୍ରରେ ଲାଗିରହିଥିବା ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ମଧ୍ୟ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରନ୍ତି ହଜିଯାଇଥିବା ଜିନିଷର ସନ୍ଧାନ ପାଇବେ ।

ବୃଷ
ସ୍ବାସ୍ଥ୍ୟସମସ୍ୟା ମାନସିକ ଦୁଃଶ୍ଚିନ୍ତା ବଢାଇଦେଇପାରେ। ପଡୋଶୀ,ବନ୍ଧୁ ପରିଜନମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ବନ୍ଧୁଙ୍କ ଜରିଆରେ ପ୍ରତିକ୍ଷୀତ ଖବର ପାଇ ଖୁସି ହେବେ ।

ମିଥୁନ
ବନ୍ଧୁମାନଙ୍କ ପରାମର୍ଶକ୍ରମେ ନୂତନ କର୍ମସସ୍ଥାନ ପାଇଁ ମନ ବଳିବ ।ବନ୍ଧୁଙ୍କର ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଲାଲାଭବାନ ହେବେ । ନିକଟ ସମ୍ପର୍କୀୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ । କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବାରେ ସାମାନ୍ୟ ହଇରାଣ ହରକତ ହେବାକୁ ପଡିପାରେ ।

କର୍କଟ
ଅଧସ୍ତନ କର୍ମଚାରୀଙ୍କ ସହଯୋଗରୁ ଦୀର୍ଘଦିନର ଆଶା ଫଳବତୀ ହେବାରୁ ମନ ପ୍ରଫୁଲ୍ଲିତ ହେବ । ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ରପ୍ତାନୀ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ।

ସିଂହ
ପ୍ରତ୍ୟେକ କ୍ଷେତ୍ରରେ ଦୃଢ ମନୋବଳ ନେଇ କାର୍ଯ୍ୟ କରି ସଫଳପାଇବେ । ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଅମତ୍ନିର୍ଭରଶୀଳ ହେବେ । ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି ।

କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସହମତି ରେ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ । ବିବାଦୀୟ ଘଟଣା ଓ ମାଲିମକଦ୍ଦମାର ସମାଧାନ ହୋଇଯିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସହକର୍ମୀଙ୍କ ସହ ମନାନ୍ତର ଦେଖା ଦେଇପାରେ ।

ତୁଳା
ଉନ୍ନତ ଚିନ୍ତା ଓ ଯୋଜନା ପୂର୍ବକ କାର୍ଯ୍ୟ କରି
ସଫଳତା ପାଇବେ । ପାଖ,ପଡୋଶୀଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ ପାଇବେ ।

ବିଛା
କୌଣସି ଆନୁଷ୍ଠାନିକ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ସାମାଜିକ ସ୍ତରରେ ବିଳମ୍ବ ହେଲେ ମଧ୍ୟ ଅଭୀଷ୍ଟ ସିଦ୍ଧି ଘଟିବ । ବ୍ୟବସାୟ, କଳା,ସଙ୍ଗୀତ କ୍ଷେତ୍ରରେ ଉନ୍ନତି ଲାଭ କରିବେ ।

ଧନୁ
ସାସ୍ଥ୍ୟ ଗତ ସମସ୍ୟା ବୃଦ୍ଧି ପାଇବା ହେତୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପ୍ରଶାସନିକ ସ୍ତରରେ ଅପରାହ୍ନରେ ସମସ୍ୟାର ସମଧାନ ହୋଇଯିବ । ସାମାଜିକ କ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ ।ପାରିବାରିକ ସ୍ତରରେ ଅର୍ଥାଭାବ ଯୋଗୁ ବିଚଳିତ ହେବେ ।

ମକର
ପରିବାରରେ ଭୁଲ୍‌ ବୁଝାମଣା ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ମିଳିବ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ ବ୍ୟବସାୟିକ ସ୍ଥିତି ସୁଦୃଢ ରହିବା ସହ ଆର୍ଥତ୍କ ଉନ୍ନତି ଦେଖାଦେବ ।

କୁମ୍ଭ
ପାରିବାରିକ ସମସ୍ଯା ଜନିତ ମନ ଭଲ ନଥିବା କାରଣରୁ ଉଦାସୀନ ରହିପାରନ୍ତି। ସାମଜିକ ସ୍ତରରେ ଉଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାର ସକାଶେ ଧାର ଉଧାର କରିବାକୁ ପଡିପାରେ। ଧନ୍ଦାମୂଳକ ଶିକ୍ଷାରେ ସଫଳତା ଲାଭ କରିବେ। ଆଜି ଆକସ୍ମିକ ଭାବରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଦେଖାଦେବ ।

ମୀନ
କର୍ମକ୍ଷେତ୍ରରେ ମନ କଥା ମନରେ ରଖି କାମ କରିବାକୁ ବାଧ୍ୟ ହୋଇପାରନ୍ତି। କେତେକ କ୍ଷେତ୍ରରେ ମଧ୍ୟ ହାତପାହାନ୍ତାରେ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍‌ ବ୍ୟବହାର କରିପାରିବେନାହିଁ। ରାଜନୈତିକ ସ୍ତରରେ ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

 

 

Comments are closed.