Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୧୦-୦୭-୨୦୧୯ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୦ ରିଖ ବୁଧବାର ମିଥୁନ ୨୬ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ନବମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର
ଘାତ ବାର :-କର୍କଟ ରାଶିର
ଆଜି: ଲାଉ ଖାଇବା ନିଷେଧ

ମେଷ
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନରେ ସ୍ନେହ
ଶ୍ରଦ୍ଧା ମମତା ଅତୁଟ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ଖ୍ୟାତି ଅର୍ଜନ କରିବେ ।

ବୃଷ
ପୂର୍ବର ସମସ୍ୟା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟା ହେବେ

ମିଥୁନ
ଧୀର ସ୍ଥିର ଭାବରେ କାର‌୍ୟ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ। ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

କର୍କଟ
ଯଗି ରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।କର୍ମ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।

ସିଂହ
ଅର୍ଥ ଓ ସମ୍ମାନ ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ ।ଦୂର ଯାତ୍ରାର ଯୋଗ ରହିଛି ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା
କଥା ବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ । ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ତୁଳା
ଧନ ମାନ ସମ୍ମାନର ଅଧିକାରୀ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ରାଜନୀତି କ୍ଷେତ୍ରରେ ଥିଲେ ଜନ ସମାଜରେ ପ୍ରଶଂସିତ ହେବେ ।ମାଲିମକଦମାରେ ବିଜୟ ଲାଭ କରିବେ ।
ବିଛା
ସତର୍କତା ର ସହ କାର‌୍ୟ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆଳସ୍ୟ ଓ ଅବହେଳାରୁ ଦୋଷି ସାବ୍ୟସ୍ତ ହୋଇପାରନ୍ତି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।

ଧନୁ
ଅପେକ୍ଷା ରତ ଶୁଭ ଖବର ପାଇ ମନ ଖୁସି ରହିବ ।ସନ୍ତାନ ମାନେ ଆଜ୍ଞା ଧୀନ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।ଜୀବନ ସାଥୀର ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର
ପରିବାରରେ ସୁସମ୍ପର୍କ ପୂର୍ବ ପରି ଅତୁଟ ରହିବ । ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ଶତୃମାନେ ପରାଜିତ ହେବେ ସୁ ସ୍ବାଦୁ ଭୋଜନ ମିଳିବ ।

କୁମ୍ଭ
ଆର୍ଥିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।

ମୀନ
ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।ଦେହ ମନ ଅସୁସ୍ଥ ହୋଇ ପଡିବ ।

Leave A Reply

Your email address will not be published.