Latest Odisha News

BREAKING NEWS

ପାରିବାରିକ କଳହର କରୁଣ ପରିଣତ: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ନିଜକୁ ଛୁରୀ ଭୁସିଲା ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଢେଇଟିକର ଗାଁରେ ଅଭାବନୀୟ କାଣ୍ଡ । ପାରିବାରିକ କଲହର କାରଣରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ନିଜ ପେଟରେ ଛୁରୀ ଭୁସିଛି ସ୍ୱାମୀ । ଫଳରେ ଉଭୟେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି। ପରେ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସ୍ବାମୀଙ୍କ ନାଁ ଲକ୍ଷ୍ମୀଧର ମାଝୀ ଓ ସ୍ତ୍ରୀଙ୍କ ନାଁ ନୟନୀ ମାଝୀ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଉଭୟଙ୍କ ମଧ୍ୟରେ ପୂର୍ବରୁ ବାରମ୍ବାର କଳହ ଲାଗୁଥିଲା। ତେବେ ଗୁରୁବାର ଦିନ ଏହା ଉଗ୍ରରୂପ ଧାରଣ କରିଥିଲା। ଘର ଭିତର ପଟୁ କବାଟ ଦେଇ ଲକ୍ଷ୍ମୀଧର ତାଙ୍କ ସ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ପରେ ନିଜେ ନିଜ ପେଟରେ ଛୁରୀ ଭୁସି ଦେଇଛନ୍ତି। ସେପଟେ ଲକ୍ଷ୍ମୀଧର ଙ୍କ ମାନସିକ ଅବସ୍ଥା ଭଲ ନଥିବା ତାଙ୍କ ଝିଅ ମଧ୍ୟ କହିଛନ୍ତି।

Leave A Reply

Your email address will not be published.