Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୧୧-୦୭-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ                                 

ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୧ ରିଖ ଶନିବାର ମିଥୁନ ୨୭ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ :-
ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାହରକୁ ବୁଲିବାକୁ ଯିବାର ଯୋଗ ଅଛି । ସଫଳତା ମିଳିବ । ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।
ବୃଷ:-
ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ । ମହିଳାମାନେ ପରିବାରରେ ପ୍ରଶଂସିତ ହେବେ । ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି ଘଟିବ ।
ମିଥୁନ:-
ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସମ୍ପୂର୍ଣ୍ଣ ଭଲ । ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ଲାଭ କରିବେ ।
କର୍କଟ :-
ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ଦେବ। ମହିଳାମାନେ ସମାଲୋଚିତ ହେବେ । ଦୂର ଯାତ୍ରା କରନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନଯୋଗୀ ହେବେ ।
 ସିଂହ :-
ବକେୟା ଅର୍ଥ ହସ୍ତଗତ ହେବ। ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ସୁଖ ନିଦ୍ରା ଓ ସୁସ୍ୱାଦୁ ଭୋଜନ ମିଳିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।
କନ୍ୟା :-
ଦେହ ମନ ସୁସ୍ଥ ରହିବ । ପିତାମାତା ଓ ସନ୍ତାନମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ । ଗୁପ୍ତ ଶତୃମାନେ ପରାଜିତ ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । ନିଜ ଜୀବନ ସାଥୀର ପ୍ରେରଣା ବହୁକାଶଂରେ ସାହାଯ୍ୟ କରିବ ।
ତୁଳା :-
ପାରିବାରିକ ସମସ୍ୟା ଆଜି ଦୂରେଇ ଯିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ଆର୍ଥିକ ଅଭିବୃଦ୍ଧି ଘଟିବ । ମହିଳାମାନେ ଯଶସ୍ୱୀ ହେବେ । ଶତୃମାନେ ପରାଜିତ ହେବେ ।
ବିଛା :-
ପିତା ମାତାଙ୍କ ସହିତ ମନୋମାଳିନ ଦେଖା ଦେଇପାରେ । ମାଲିମକଦ୍ଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ । ମାନସିକ ଅସ୍ଥିରତା ଦେଖା ଦେବ । ଛାତ୍ରଛାତ୍ରୀମାନେ ଉତ୍ସୁଙ୍ଖଳିତ ହେବେ । ମହିଳାମାନେ ନାନା ଦିଗରୁ ଅପମାନିତ ଓ ଅସୁବିଧାର ସମ୍ମୁଖୀନ ହେବେ ।
ଧନୁ :-
ପାରିବାରିକ ଶାନ୍ତି ପରିଲିକ୍ଷିତ ହେବ ।ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ପ୍ରାପ୍ତି ହେବ । ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ । ବ୍ୟବସାୟିମାନେ ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।
ମକର :-
ପାରିବାରିକ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗୁରୁଜନମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।
କୁମ୍ଭ :-
ମାଲିମକଦ୍ଦମାରେ ବିଜୟୀ ହେବେ । ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ଶତୃମାନେ ପରାଜିତ ହେବେ । ଗବେଷଣା ରତ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଇବେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ।
ମୀନ:-
ଦାମ୍ପତ୍ୟ ଜୀବନ ଦୁଃଖମୟ ହେବ । ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେବ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ । ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ବିଦ୍ୟାର୍ଥୀ ଅକୃତ କାର୍ଯ୍ୟ ହେବେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.