Latest Odisha News

BREAKING NEWS

ଡାଇମଣ୍ଡ ମାସ୍କ, ଦାମ ଦେଢ଼ ଲକ୍ଷରୁ ଚାରି ଲକ୍ଷ

ଗୁଜରାଟ: କରୋନା ଯୋଗୁ ମାସ୍କର ଚାହିଦା ବଢ଼ିଛି । ଘରୁ ବାହାରିଲେ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଡାଇମଣ୍ଡ ମାସ୍କ କଥା କେବେ ଶୁଣି ନଥିବେ କି ଦେଖି ନଥିବେ । କିନ୍ତୁ ଏଭଳି ମାସ୍କ ତିଆରି କରି ବିକ୍ରି କରୁଛନ୍ତି ଗୁଜରାଟ ସୁରତରେ ଜଣେ ହୀରା ବ୍ୟବସାୟୀ । ବିଭିନ୍ନ ଡିଜାଇନର ମାସ୍କ ।

ଏହି ମାସ୍କଗୁଡ଼ିକ ଉପରେ ଡାଇମଣ୍ଡର କାମ ହୋଇଛି । ଗୋଟିଏ ଗୋଟିଏ ମାସ୍କର ଦାମ ଦେଢ ଲକ୍ଷରୁ ଆରମ୍ଭ କରି ଚାରି ଲକ୍ଷ ଟଙ୍କା ଯାଏଁ ବିକ୍ରି ହେଉଛି । ଲୋକ ବି କିଣୁଛନ୍ତି । ଦୋକାନ ମାଲିକ କହିଛନ୍ତି, ଲକଡାଉନ୍ ଖୋଲିବା ପରେ ଜଣେ ଗ୍ରାହକ ତାଙ୍କ ପାଖକୁ ଆସିଥିଲେ । ବର-କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଡିଜାଇନର ମାସ୍କ ବରାଦ କରାଇଥିଲେ ।

ଏହାପରେ ଡିଜାଇନର ମାସ୍କରେ ଡାଇମଣ୍ଡ କାମ କରି ଗ୍ରାହକଙ୍କୁ ଦେଇଥିଲେ । ପରେ ଲୋକଙ୍କ ଚାହିଦାକୁ ଦେଖି ଡାଇମଣ୍ଡ ଖୋଦିତ ଆଉ କିଛି ମାସ୍କ ତିଆରି କରି ବିକ୍ରି କରୁଛନ୍ତି ଦୋକାନୀ । ମାସ୍କରେ ସୁନା ଓ ଡାଇମଣ୍ଡର କାମ ହୋଇଛି । ବିବାହ ବେଳେ ବର-କନ୍ୟା ପୋଷାକକୁ ମ୍ୟାଚ୍ କଲା ଭଳି ମାସ୍କ ପିନ୍ଧୁଛନ୍ତି ।

Leave A Reply

Your email address will not be published.