Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୩-୦୨-୨୦୨୦ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ   ତା ୧୩ ରିଖ ଗୁରୁବାର  କୁମ୍ଭ  ୧ ଦିନ  ଫାଲଗୁନ   ମାସ କୃଷ୍ଣ  ପକ୍ଷ ପଞ୍ଚମୀ  ତିଥି  ହସ୍ତା   ନକ୍ଷତ୍ର ଦିନ ୧୦ଟା ପର୍ଯ୍ୟନ୍ତ ତାପରେ ଚିତ୍ରା ନକ୍ଷତ୍ର  କନ୍ୟା  ଚନ୍ଦ୍ର
ଘାତ ବାର- ତୁଳା ଓ କୁମ୍ଭ   ରାଶିର
ଘାତ ଚନ୍ଦ୍ର -ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜି କୁମ୍ଭ ସଂକ୍ରାନ୍ତି
ଆଜି: ବେଲ  ଦ୍ରବ୍ୟ   ଖାଇବା ନିଷେଧ
 ମେଷ :
ଦାମ୍ପତ୍ୟ ଜୀବନ ସୁଖମୟ ହେବ ବାହରକୁ ବୁଲିବାକୁ ଯିବାର ଯୋଗ ଅଛି।  ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।
ବୃଷ :
ଆଜିର ଦିନ ଶୁଭଫଳ ଦାୟକ  ହେବ।   ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ, ମାନସିକ ସୁସ୍ଥତା ମିମିଳିବ। ଆର୍ଥିକ ଲାଭ ହେବ।  ଆନନ୍ଦପୂର୍ଣ୍ଣ ସମାଚାର ମିଳିବ। ସ୍ଵାସ୍ଥ୍ୟ ଅନୁକୂଳ ରହିବ।
ମିଥୁନ :
 ଆଜି ସନ୍ତାନ ଏବଂ ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ବାଦ-ବିବାଦରେ ଜୟଯୁକ୍ତ ହେବେ ।  ମହିଳା
ମାନେ ମିତ୍ରମାନଙ୍କ ଦ୍ଵାରା ଖର୍ଚ୍ଚ କିମ୍ବା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି। ପେଟ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଏବଂ ଯାତ୍ରା ଆଜି କରନ୍ତୁନାହିଁ।
କର୍କଟ :
ଶାରୀରିକ-ମାନସିକ ଅସୁସ୍ଥତା ଅନୁଭବ ହୋଇପାରେ। ଛାତିରେ ଯନ୍ତ୍ରଣା କିମ୍ବା କୌଣସି କାରଣରୁ ପରିବାରରେ ଅଶାନ୍ତି ହୋଇପାରେ। କୌଣସି ମହିଳାଙ୍କ ସହିତ ମନମାଳିନ୍ୟ  ହେବାର ଆଶଂକା ଅଛି।
ସିଂହ :
କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟୀ ହେବେ ।  ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶି ଘରେ କୌଣସି ଆୟୋଜନ କରିବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ଲାଭ ମିଳିବ, ପ୍ରିୟଜନମାନଙ୍କର ସାକ୍ଷାତ ହେବ।
କନ୍ୟା :
ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ଉତ୍ତମ ବ୍ୟବହାରକୁ ନେଇ  ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥି ମାନଙ୍କ ପାଇଁ ଆଜି ଶୁଭ ପ୍ରଦ ହେବ ।
ତୁଳା :

ଶାରୀରିକ, ମାନସିକ ସୁସ୍ଥତା ଦେଖାଦେବ ।   ଆପଣଙ୍କ ରଚନାତ୍ମକ ଯୋଗ୍ୟତା କାରଣରୁ ଆପଣ ପ୍ରଶଂସା ପ୍ରାପ୍ତ କରି ପାରିବେ।  ମନୋରଞ୍ଜନର ପ୍ରବୃତ୍ତିରେ ସାଙ୍ଗ ତଥା ପରିଜନମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଲାଭ ହେବ।

ବିଚ୍ଛା :
ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଚିନ୍ତିତ ହୋଇପାରନ୍ତି। କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ନ ହେଉ, ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କ୍ରୋଧ  ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ :
ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ହେବ।ଗୃହସ୍ଥ ଜୀବନର ଆନନ୍ଦ  ମିମିଳିବ  ପ୍ରେମର ସୁଖଦ ଅନୁଭୂତି ହେବ। ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି।
ମକର :
 ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ।  ଆପଣଙ୍କପାଇଁଁ ଆଜି ଶୁଭ ଦିନ ଅଟେ।ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ କିମ୍ବା ଚାକିରିରେ ଉଚ୍ଚ ପଦାଧିକାରି ମାନଙ୍କ ଦ୍ଵାରା ଆପଣ  ପ୍ରଶଂସିତେ ହେବେ।  ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।
କୁମ୍ଭ :
ଆଜି ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ଅସୁସ୍ଥତା ଦେଖାଦେବ । ଅଫିସ୍ ତଥା କାମ-କାର୍ଯ୍ୟରେ ଉଚ୍ଚ ପଦାଧିକାରି
ମାନଙ୍କର ମନୋମାଳିନ ହୋଇପାରେ।   ଅପରାହ୍ନରେ ଭଲ ସମାଚାର ମିଳିପାରେ।
ମୀନ :
ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି।
Leave A Reply

Your email address will not be published.