Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

BjdElectrycity

ତା ୧୪-୦୪-୨୦୨୦ ମଙ୍ଗଳବାର 

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ତା ୧୪ ରିଖ  ମଙ୍ଗଳବାର ମେଷ ୨ ଦିନ ବୈଶାଖ  କୃଷ୍ଣ ପକ୍ଷ  ସପ୍ତମୀ  ତିଥି  ପୂର୍ବାଷାଢା ନକ୍ଷତ୍ର ଧନୁ  ଚନ୍ଦ୍ର
ଘାତ ବାର-:   ମକର  ରାଶିର 
ଘାତ ଚନ୍ଦ୍ର : ତୁଳା ଓ କୁମ୍ଭ ପୁରୁଷ,ବୃଷ ଓ ମିଥୁନ ରାଶି ମହିଳାଙ୍କର 
ଆଜି:  ତାଳ  ଖାଇବା  ନିଷେଧ
ମେଷ :
 ଆଜି ଆପଣଙ୍କୁ   ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ । ବ୍ୟବସାୟୀମାନେ ଲାଭବାନ ହେବେ ।     ପରିଜନମାନଙ୍କର ସହିତ ବିରୋଧ ହୋଇପାରେ, ସେଥିପାଇଁ କଥା ବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ ।
 ବୃଷ :
 ଆଜିର ଦିନ ଶୁଭଫଳଦାୟୀ ହେବ । ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ ।  ସାମାଜିକ ରୂପରେ ମାନ-ପ୍ରତିଷ୍ଠା ମିଳିବ   ଦାମ୍ପତ୍ୟଜୀବନରେ ସୁଖ ଆଉ ଶାନ୍ତି ପୂର୍ବ  ପରିବାର ଅତୁଟ  ରହିବ। ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବାର ଯୋଗ ରହିଛି ।
ମିଥୁନ :
 ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ।   ବ୍ୟବସାୟ କ୍ଷେତ୍ରରେ ବାତାବରଣ ଭଲ ରହିବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ଥିତିରେ ଅନୁକୂଳ ପରିବର୍ତ୍ତନ ଆସିବ। ଆପଣଙ୍କ କାର୍ଯ୍ୟରେ ବରିଷ୍ଠ ଅଧିକାରୀ ମଧ୍ୟ ସନ୍ତୁଷ୍ଟ ରହିବେ। ଧନ ପ୍ରାପ୍ତିର ଆଜି  ଯୋଗ ରହିଅଛି।
କର୍କଟ :
 ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର  ସାହାଯ୍ୟ ସହଯୋଗ ମିଳିବ । ମହିଳାମାନେ ନିଜ ପରିବାରରେ ପ୍ରସଂଶିତ ହେବେ ।
ସିଂହ :
ଆଜି ଆପଣଙ୍କ ପାଇଁ ଦିନଟିକୁ ଶୁଭ ଫଳ ପ୍ରଦାନ  କରିବ ।ଦୂର ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା  କରିବା ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ।    କଥାବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ ।
କନ୍ୟା : 
କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ। ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ।   ମାନସିକ ରୂପରେ ଆପଣ ପ୍ରସନ୍ନତା ଅନୁଭବ କରିବେ। ପାରିବାରିକ ସୁଖ-ଶାନ୍ତି ରହିବ। ଯାତ୍ରା ଏବଂ ପର୍ଯ୍ୟଟନର ସମ୍ଭାବନା ଅଧିକ ଅଛି।
ତୁଳା : 
ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର୍ଯ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ କରିବାରେ ଆଗକୁ ବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଆଜି ସହକର୍ମୀଙ୍କ ଭଲ ସହଯୋଗ ପ୍ରାପ୍ତ କରିବେ। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।
ବିଛା  :
 ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ।   ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ ।ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।
ଧନୁ :
ଶାରୀରିକ ଏବଂ ମାନସିକ ପାରିବାରିକ  ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ।   ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ।  ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।
ମକର :
 ଆଜ ଦିନ ଭଲ ଅଛି, ଆପଣ କାହା ସହିତ ଅଧିକ ବାଦ-ବିବାଦ କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇ ପାରେ ସେଥିପାଇଁ କଥା ବାର୍ତ୍ତା ନିୟନ୍ତ୍ରଣ ରଖନ୍ତୁ ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ଭାଗ୍ୟ ବୃଦ୍ଧିର ଯୋଗ ଅଛି।
କୁମ୍ଭ :
ଆଜି ସାଂସାରିକ  ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ ।  ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋନିବେଶ କରିବେ ।     ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର୍ଯ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।
 ମୀନ :
ସାବଧାନ ରୁହନ୍ତୁ କୋର୍ଟ-କଚେରୀର ଦ୍ୱାରସ୍ଥ ହୋଇ ପାରନ୍ତି ।  ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ ଆପଣ ଆନନ୍ଦ ଅନୁଭବ କରିବେ ।   ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରେ  ଆପଣଙ୍କ ମନ ଲାଗି ରହିବ। ମିତ୍ରମାନଙ୍କ ତରଫରୁ ଉପହାର ପ୍ରାପ୍ତି ହେବ। ପାରିବାରିକ ବାତାବରଣରେ ଆନନ୍ଦ ରହିବ।
Leave A Reply

Your email address will not be published.