Latest Odisha News

ଘର କିଣିବା ଆଗରୁ ଧ୍ୟାନରେ ରଖନ୍ତୁ ଏହିସବୁ ବାସ୍ତୁ ନିୟମ

ଭୁବନେଶ୍ୱର: ଆପଣ ଘର କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଘର କିଣିବା ଆଗରୁ ବାସ୍ତୁର ଏହି ସବୁ ନିୟମକୁ ନିଶ୍ଚିତ ପାଳନ କରନ୍ତୁ ।

ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ। କାରଣ ଘର ଅବା ଜାଗାରେ ବାସ୍ତୁଦୋଷ ରହିଲେ ପରବର୍ତ୍ତୀ ସମୟରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ଘର କିମ୍ୱା ଜାଗା କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

ବଡ଼ ଗଛ ରହିଥିବା ସ୍ଥାନରେ, ସେଠାରେ ଘର କିଣନ୍ତୁ ନାହିଁ। ଏପରି ହେଲେ ଆପଣଙ୍କର ଉନ୍ନତିରେ ବାଧା ଉପୁଜିପାରେ।

ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।

ମଶାଣି, ଡାକ୍ତରଖାନା ଓ ଜେଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ବାସ କଲେ ଚିନ୍ତାଗ୍ରାସ କରେ।

ଉତ୍ତର ଦିଗରେ ବଡ଼ ପାହାଡ଼ କିମ୍ୱା ବିଲ୍‌ଡିଂ ଥିବା ସ୍ଥାନରେ ଯଥାସମ୍ଭବ ଘର କିଣନ୍ତୁ ନାହିଁ କି ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଆପଣଙ୍କ ଘରକୁ ଦେବୀଦେବତାଙ୍କ ଆସିବାରେ ବାଧା ଉତ୍ପନ୍ନ ହୋଇଥାଏ।

ଯେଉଁଠାରେ ନଦୀ ଦକ୍ଷିଣ ଦିଗରୁ ପ୍ରବାହିତ ହେଉଛି, ତା’ ପାଖରେ ଘର କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଘର ମାଲିକଙ୍କର ଅକାଳ ମୃତ୍ୟୁ ହୋଇଥାଏ

Leave A Reply

Your email address will not be published.