ରାଶି ଫଳ
ତା ୧୮-୦୪-୨୦୨୦ ଶନିବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଅପ୍ରେଲ ତା ୧୮ ରିଖ ଶନିବାର ମେଷ ୬ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର :- ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର :- ମିଥୁନ ରାଶି ପୁରୁଷ ଓ ମୀନ ରାଶିର
ଆଜି: ଶିମ୍ବ ଖାଇବା ନିଷେଧ
ମେଷ :-
ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ । କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ମାଲି ମକଦ୍ଦମାରେ ବିଜୟ ଲାଭ କରିବେ ।![]()

ବୃଷ :-
ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ ।ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।![]()

ମିଥୁନ :-
ବାଦାନୁବାଦ ଭିତରେ ଗତି କରିବେ ।ବନ୍ଧୁଙ୍କ ଅସହଯୋଗ ଆପଣଙ୍କୁ ଦୁଃଖ ଦେବ।ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନ ଯୋଗି ହେବେ ।![]()

କର୍କଟ :-
ଅଯଥା ମାଲି ମକଦ୍ଦମାରେ ଜଡିତ ହେବେ ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।
ସିଂହ :-
ମାନସିକ ଶାନ୍ତି ମିଳିବ ।ଘରୋଇ ସମସ୍ୟାର ସମାଧାନ ହୋଇଯିବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସାମାଜିକ ପ୍ରତିଷ୍ଠା ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ।
କନ୍ୟା :-
ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ ।ସଞ୍ଚିତ ଧନ ବ୍ଯୟ ହୋଇଯିବ ।ଚକ୍ଷୁ ବା ଛାତିରେ ଯନ୍ତ୍ରଣା ଅନୁଭବ କରିବେ ।ଅଜଣା ଅଶୁଣା ବ୍ୟକ୍ତିଠାରୁ ଦୂରେଇ ରହନ୍ତୁ ।ଉଦ୍ୟମରେ ବିଫଳ ହେବେ ।
ତୁଳା :-
ବିଳାସ ବ୍ୟସନରେ ଦିନଟି ଅତିବାହିତ କରିବେ ।ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଯାନବାହନ ଲାଭର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ ।![]()

ବିଛା :-
ଭଲ କରିବାକୁ ଯାଇ ଅସୁବିଧାରେ ପଡିବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ଆଶା କରୁଥିବା ଦିଗରୁ ସଫଳତା ମିଳିବ ନାହିଁ ।![]()

ଧନୁ :-
କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ । ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।![]()

ମକର :-
ପ୍ରତେକ ପ୍ରତିଯୋଗିତାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ । ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।
କୁମ୍ଭ :-
ବିବାଦ ବିଷାଦ ମନକୁ ଭାରାକ୍ରାନ୍ତ କରାଇବ । ଆୟ ତୁଳନାରେ ବ୍ୟୟ ଅଧିକ କରାଇବ ।ମହିଳାମାନେ ନିଜ ପରିବାରର ଅପମାନିତ ସମାଲୋଚିତ ହେବେ ।ଆଶା କରୁଥିବା ଦିଗରୁ ନିରାଶ ହେବେ ।
ମୀନ:-
ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତିତ ହେବେ ।ଲାଭ ପରିବର୍ତ୍ତେ କ୍ଷତି ହେବ ।ମାଲିମକଦ୍ଦମାରେ ଭୟ ରହିଛି ।ଶତୃମାନେ ଚକ୍ରାନ୍ତ କରିବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।
Comments are closed.