Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୪-୧୦-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୪ ଗୁରୁବାର ତୁଳା ୭ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର :- ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର:- କର୍କଟ ଓ ମକର ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ :- ଶିମ୍ବ

ମେଷ
ସାମାନ୍ୟ କଥାକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ । ଟେନସନ ଲାଗି ରହିବା କାରଣରୁ କାମ କରିବାକୁ ଆଦୌ ଇଚ୍ଛା ହେବନାହିଁ କିମ୍ବା ବିଭିନ୍ନ ଝାମେଲା ମଧ୍ୟରେ ଅଶାନ୍ତ ରହିପାରନ୍ତି। ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ ।

ବୃଷ
କୌଣସି ସମ୍ପର୍କୀୟ ମହିଳାଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ଶାରିରୀର କଷ୍ଟ ଅନୁଭବ କରିପାରନ୍ତି। କିନ୍ତୁ ସଙ୍ଗଠନ, ରାଜନୀତି ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।

ମିଥୁନ
ପ୍ରତ୍ୟେକ ପରିସ୍ଥିତିକୁ ସଜାଡ଼ି ନେଇପାରିବେ। ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବନାହିଁ। ଭାଇ, ପଡ଼ୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ। କଳା, ସାହିତ୍ୟ ଓ କ୍ରୀଡ଼ା ମନୋରଞ୍ଜନ ପ୍ରୀତିପ୍ରଦ ହେବା ସହ ନିର୍ମାାଣାଧୀନ କାମ ଓ ଆନୁଷ୍ଠାନିକ କ୍ଷେତ୍ରରେ ଅଗ୍ରଗତି ଘଟିବ।

କର୍କଟ
ଦିନଟି ବହୁତ ବଢ଼ିଆ ଯାହା ଆଶା କରୁଛନ୍ତି, ତାହା ଅବଶ୍ୟ ସମ୍ପନ୍ନ ହୋଇପାରିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀ ରାଗିଲେ ମଧ୍ୟ ଟିକିଏ ନୀରବ ରହିଯିବା ଭଲ।

ସିଂହ
ପ୍ରତ୍ୟେକ କାମ ସଂଘର୍ଷ ଓ ସମସ୍ୟା ମଧ୍ୟ ଦେଇ ହାସଲ କରିବେ ଅବଶ୍ୟ ପ୍ରତ୍ୟେକ ସ୍ତରରୁ ସାହାଯ୍ୟ, ସହଯୋଗ କମିବ ନାହିଁ। କୌଣସି ଜରୁରୀ କାମରେ ହଠାତ୍‌ ବାହାରକୁ ଯିବାକୁ ପଡ଼ିପାରେ।ଏଣେ ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ପୁନଶ୍ଚ ସ୍ତ୍ରୀଙ୍କ ସହ ମତଭେଦର ସମ୍ଭାବନା ରହିଛି। କିନ୍ତୁ କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ।

କନ୍ୟା
ବିଶେଷ ଅସୁବିଧା ନ ହେଲେ ମଧ୍ୟ ନିଜ ଲୋକମାନଙ୍କ ବିରୁଦ୍ଧାଚରଣ ମନକୁ ବେଶି ବାଧିବ। ଗତକାଲିଠାରୁ ଆପଣ ଯେଉଁଥି ପାଇଁ ଚିନ୍ତିତ ରହିଛନ୍ତି ସେଥିରେ ସଫଳତା ଅବଶ୍ୟ ପାଇବେ। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ ।

ତୁଳା
ଆଜି ଅର୍ଥନୈତିକ, ସାମାଜିକ, ବୈଷୟିକ ସୁଖ ସୁବିଧାର ଅଭାବ ରହିବ ନାହିଁ। ଆଜି ପ୍ରତ୍ୟେକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ ଓ ପ୍ରଶଂସା ଲାଭ କରିବେ। କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଉଚ୍ଚାରୋହୀ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।

ବିଛା
ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ ଲାଭ ବଦଳରେ କ୍ଷତିରେ ପଡ଼ିବେ। ସବୁ ସମୟରେ ଅଯଥା ଗୁଡ଼ିଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସାମାଜିକ, ରାଜନୈତିକ କାର୍ଯ୍ୟରେ ଯୋଗଦେଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି।

ଧନୁ
ମନରେ ଯାହା ଥାଉନା କାହିଁକି ଉପର ମନରେ ହସିଲେ ହିଁ କଥା କହି ପ୍ରିୟଭାଜନ ହେବେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନର ବଳ ଖୁବ୍‌ ଟାଣ ରହିବ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ମକର
ମାନସିକ ଅସ୍ଥିରତା କ୍ରମଶଃ ଦୂରେଇଯାଇ ମୁହଁରେ ହସ ଫୁଟି ଉଠିବ। ଆଗାମୀ ଆଶା ଓ ଭରସାକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରିପାରନ୍ତି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ଅଦଳବଦଳ ହୋଇଯାଇପାରେ। ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ।

କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା କିମ୍ବା କଳହ ସାଙ୍ଗକୁ ଧନହାନି ଘଟିପାରେ। ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହୋଇପାରନ୍ତି।

ମୀନ
ବନ୍ଧୁମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି। କଳା ଓ ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ରାଜନୀତି, ସରକାରୀ କାମ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବ ପାରିବାରିକ, ଅର୍ଥନୈତିକ ଓ ବନ୍ଧୁ ସମ୍ପର୍କ ମଧ୍ୟ ଉଣା ହେବନାହିଁ ।

Comments are closed.