Latest Odisha News

BREAKING NEWS

ଏବେ ରଙ୍ଗବେରଙ୍ଗ ଲତାରେ ସଜେଇ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଏବେ ଲତାରେ ସଜେଇହେବ ଭୁବନେଶ୍ୱର । ଖୁବଶୀଘ୍ର ଫ୍ଲାଇ ଓଭର୍ ତଳେ ଶୋଭାପାଇବାକୁ ଯାଉଛି ଫୁଲ ନଥିବା ଗଛ ଏବଂ ଆଳଂକାରିକ ତଥା ଦେଶୀ ଲତା ।

ସାରା ଭୁବନେଶ୍ୱରର ଭୁଚିତ୍ରକୁ ଏହିପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କରିବାର ପ୍ରୟାସ କରୁଛି ଭୁୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ ଭୁବନେଶ୍ୱର ମହାନଗର ନିଗମ ।

କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ଏହା ସହାୟକ ହେବ ତାହା ନୁହେଁ, ବରଂ ମୃତିକା କ୍ଷରଣକୁ ରୋକିବା ଏବଂ ଜଙ୍ଗଲି ଘାସ ଇତ୍ୟାଦିକୁ ବଢ଼ିବାକୁ ନଦେବାରେ ଲତାରୋପଣ ସହାୟକ ହେବ । ପ୍ରକୃତି ଅନୁଯାୟୀ ଲତାଗୁଡିକ ଶୀଘ୍ର ବଢିଥାନ୍ତି ଏବଂ ବଢ଼ିବାପାଇଁ କମ୍ ଭୁପୃଷ୍ଠର ଆବଶ୍ୟକତାଥାଏ ।

ପ୍ରାଥମିକଭାବେ ଏହି ପ୍ରକଳ୍ପ ୧୧ଟି ପାର୍କରେ ହେବ, ଯେଉଁଥିରେକି ୫ଟି ସିଟି ପାର୍କ ଏବଂ ୬ଟି କଲୋନି ପାର୍କ ଅର୍ନ୍ତଭୁକ୍ତ । ପରେ ପରେ ଅନ୍ୟ ପାର୍କକୁ ଏହିଭଳି କରାଯିବ । ରାସ୍ତାକଡରେଥିବା ଗଛରେ ଲତାବଢ଼ିବାପାଇଁ ଏବଂ ବିଶେଷକରି ଶୀତଋତୁରେ ବଢ଼ୁଥିବା ଲତାକୁ ଗୁରୁତ୍ୱଦେବେ କର୍ତୃପକ୍ଷ । କାରଣ ଏହିଋତୁ ପର୍ଯ୍ୟଯକଙ୍କପାଇଁ ଅନୁକୁଳ ।

ଦିଲ୍ଲୀ ସମେତ ଅନେକ ସ୍ଥାନରେ ଫ୍ଲାଇଓଭରତଳେ ଥିବା ବଡବଡ ଖମ୍ବରେ, ଛକସ୍ଥାନ ଇତ୍ୟାଦିରେ ସବୁଜିମାର ଶୋଭା ଖୁବ୍ ମନୋହର । କିଛିଦିନତଳେ ମହାବାତ୍ୟା ହେତୁ ରାଜଧାନୀର ସବୁଜିମା କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲତାର ଶୋଭା ଖୁବଶୀଘ୍ର ପ୍ରାକୃତିକ ରୁଚିଦେବ ବୋଲି କହିଛନ୍ତି ଜନୈକ ବରିଷ୍ଠ ନାଗରିକ ଏନ୍. କେ .ପଟ୍ଟନାୟକ ।

ଏହାର ସଫଳତାକୁ ନେଇ ଅନ୍ୟ ସହରରେ ମଧ୍ୟ ସମାନ କାର୍ଯ୍ୟ କରାଯିବ ବୋଲି କହିଛନ୍ତି କର୍ତୃପକ୍ଷ ।

Leave A Reply

Your email address will not be published.