Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୨୬-୦୬-୨୦୧୯ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୬ ରିଖ ବୁଧବାର ବାର ମିଥୁନ ୧୨ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ନବମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର-: ଧନୁ ରାଶିର ପୁରୁଷ ତୁଳା ରାଶି ମହିଳାଙ୍କର
ଆଜି: ଲାଉ ଖାଇବା ନିଷେଧ

ମେଷ
ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ। ବିବାଦର ସମାଧାନ ହୋଇଯିବ । ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ ।ଆଶା ଅପୂରଣୀୟ
ରହିବ । ବାଣିଜ୍ୟ,ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳର ଯୋଗ ରହିଛି ।

ବୃଷ
ଅଟକି ରହିଥିବା କାମଗୁଡିକୁ ତ୍ୱରାନ୍ବିତ କରି ଶେଷ କରିବେ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହେବ । ସମ୍ମାନନୀୟ ବ୍ୟକ୍ତିବିଶେଷ
ସହାୟତା କରିପାରନ୍ତି । ଜମିଜମା,କଚେରି ମାମଲାରୁ ଉପକୃତ ହେବେ।

ମିଥୁନ
କର୍ମକ୍ଷେତ୍ରରେ ସାହାଯ୍ୟ ମିଳିବ । ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ସୌଖୀନ ଦ୍ରବ୍ୟ କ୍ରୟକରିପାରନ୍ତି।
ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।

କର୍କଟ
ଭାବପ୍ରବଣତାବଶତଃ କଥା କହି ଅପଦସ୍ଥ ହୋଇପାରନ୍ତି। ପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ଆକସ୍ମିକ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

ସିଂହ
ଆଜି ଆପଣ ଅନ୍ୟମାନଙ୍କ ସକାଶେ ପ୍ରେରଣାର ପାତ୍ର ହେବେ । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଅତି ନିକଟତମ ମିତ୍ର କେହି ଛଳନା କରି ଦୂରେଇ ଯାଇପାରନ୍ତି।

କନ୍ୟା
ଆଜି ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।

ତୁଳା
ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା ସାଙ୍ଗକୁ ଧର୍ମକାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।

ବିଛା
ପରିବେଶ ଓ ପରିସ୍ଥିତିକୁ ନେଇ ଅସ୍ଥିରତା ସୃଷ୍ଟି ହୋଇପାରେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ ।

ଧନୁ
ଅପ୍ରିୟ ସତ୍ୟ କହି ନିଜ ଲୋକମାନଙ୍କ ଚକ୍ଷୁଶିଳ ହେବେ । ପରିବାରରୁ ସ୍ନେହ ଶ୍ରଦ୍ଧା,ସମ୍ମାନ ଓ ଆଦର ମିଳିବ । କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।

ମକର
ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,
ପରିବହନ ଓ ଏଜେନ୍‌ଶିପ୍‌ରୁ ଲାଭବାନ ହେବେ ।

କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟ ଓ ସାହସିକତାର
ସହ ସମସ୍ୟାକୁ ସୁଧାରି ନେବେ। ଘର ସାଜସଜ୍ଜା ନିର୍ମାଣରେ, ଆନୁଷ୍ଠାନିକ କାମରେ
ଯୋଗ ଦେବେ । ଆର୍ଥିକ ପରିସ୍ଥିତି ଭଲ ରହିବ। କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

ମୀନ
ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ
ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ଶିଳ୍ପ ,ବାଣିଜ୍ୟ, ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ।

Leave A Reply

Your email address will not be published.