Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

BjdElectrycity

ତା ୨୭-୦୪-୨୦୨୦ ସୋମବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ     ତା ୨୭  ରିଖ ସୋମବାର ମେଷ  ୧୫ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ  ଚତୁର୍ଥୀ ତିଥି   ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଦିନ ୧୧ଟା ୪୯ମିନିଟ୍ ପର୍ଯ୍ୟନ୍ତ ଏହା ପରେ ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଭୋଗ ହେବ
ଘାତ ବାର-:  ମିଥୁନ  ରାଶିର 
ଘାତ ଚନ୍ଦ୍ର-: ବିଛା  ରାଶି ପୁରୁଷଙ୍କର 
ଆଜି:   ମୂଳା ଖାଇବା  ନିଷେଧ
ମେଷ  :  ଦେହ ମନ ସୁସ୍ଥ ରହିବ ।କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ ।
ବୃଷ : ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଦେହ ମନ ସୁସ୍ଥ ରହିବ ।ବିଭିନ୍ନ ଦିଗରୁ ଅର୍ଥାଗମ ହେବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।
ମିଥୁନ  : କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ସନ୍ତାନ ସନ୍ତତି ମାନେ ପ୍ରତିଷ୍ଠିତ ହେବେ ।ବ୍ଯବସାୟ ବାଣିଜ୍ୟରୁ ଲାଭ ମିଳିବ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।
କର୍କଟ : କାର୍ଯ୍ୟ  କ୍ଷେତ୍ରରେ ବିଶୃଙ୍ଖଳା ଦେଖା ଦେବ। ନିଜର ଲୋକମାନେ ବିରୁଦ୍ଧାଚାରଣ କରିବେ ।ଦେହ ମନ ଅସୁସ୍ଥ ରହିବ ।ସଞ୍ଚିତ ଧନ ବ୍ଯୟ ହୋଇଯିବ ।ପରିବାରରେ ମତପାର୍ଥକ୍ଯ ଦେଖାଦେବ ।ଶତୃମାନେ ଚକ୍ରାନ୍ତ କରିବେ ।

ସିଂହ: ସତର୍କତା ଅବଲମ୍ବନ କରନ୍ତୁ ଠକାମିରେ ପଡିପାରନ୍ତି ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ ବିରୁଦ୍ଧାଚରଣ କରିବେ ।ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।
କନ୍ୟା  : କର୍ମ କ୍ଷେତ୍ରରେ ଉନ୍ନତି ଘଟିବ ।ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ପାରିବାରିକ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ଆର୍ଥିକ ସ୍ଥିତି ଭଲ ରହିବ ।ବ୍ଯବସାୟୀମାନେ ଲାଭବାନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।
ତୁଳା :   ପାରିବାରିକ ସମସ୍ଯା ଦୂରେଇ ଯିବ । କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ଶତୃମାନେ ପରାଜିତ ହେବେ ।ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

ବିଛା  :    ହଠାତ୍ ସକାଳୁ କୌଣସି ଦୁଃଖ ଖବର ପାଇ ମନ ବିଶାଦ ଗ୍ରସ୍ତ ହେବ ।ନିର୍ମାଣଧୀନ କାର୍ଯ୍ୟରେ ବ୍ୟାଘାତ ଘଟିବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ।ଯାତ୍ରା ଜନିତ କ୍ଳାନ୍ତି ଅନୁଭବ କରିବେ ।ସନ୍ତାନ ସନ୍ତତି ମାନେ ବିଶୃଙ୍ଖଳିତ ଜୀବନ ଯାପନ କରିବେ ।
ଧନୁ: ମାନସିକ ଅସ୍ଥିରତା ଦେଖା ଦେବ ।ଗ୍ରାହ୍ଯସ୍ଥ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ନିଜ ପରିବାରରେ ସମାଲୋଚିତ ହେବେ । ସଞ୍ଚିତ ଅର୍ଥ ବ୍ଯୟ ହୋଇଯିବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।
ମକର :  କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତି କିମ୍ବା   ପଦୋନ୍ନତି ମିଳିବ ।ଶତୃମାନେ ପରାଜିତ ହେବେ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ  ।ସ୍ଵାଦିଷ୍ଟ ଭୋଜନ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
କୁମ୍ଭ: ଆଜି ଦିନଟି ଅସ୍ଥିରତା ମଧ୍ୟରେ କଟିବ ।ଦେହ ମନ ଅସୁସ୍ଥ ରହିବ ।ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖା ଦେଇପାରେ  ଶରୀର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।
ମୀନ : ଲୋକସମ୍ପର୍କ ବୃଦ୍ଧି ଘଟିବ ।ଦେହ ମନ ସୁସ୍ଥ ରହିବ ।ଶତୃମାନେ ପରାଜିତ ହେବେ ।ନୂତନ ଗୃହ ବା ଭୂମି କ୍ରୟ କରିବେ ।ଦୂର ଯାତ୍ରାର ଯୋଗ ରହିଛି ।ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।ବିଦ୍ଯାର୍ଥୀ ମାନେ ଯଶସ୍ବୀ ହେବେ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.