Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୯-୧୨-୨୦୧୯ ରବିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୯ ରିଖ ରବିବାର ଧନୁ ୧୪ ଦିନ ପୌଷ ମାସ ଶୁକ୍ଳ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜି: ପୋଟଳ ଓ ମୂଳା ଖାଇବା ନିଷେଧ

ମେଷ : ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖ ପ୍ରଦ ହେବ ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।ଦେହ ମନ ସୁସ୍ଥ ରହିବ ।ସାଙ୍ଗଠନିକ କାର୍ଯ୍ୟର ନେତୃତ୍ବ ନେଇ ପ୍ରଶଂସିତ ହେବେ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।

ବୃଷ : ବକେୟା ଅର୍ଥ ପାଇଁ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି। ।ପାରିବାରିକ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ପିଲାମାନଙ୍କର ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ।ସ୍ଥଗିତ କାମ ପାଇଁ ଦୋଷି ସାବ୍ଯସ୍ତ ହେବେ ।

ମିଥୁନ : ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ବ୍ଯବସାୟ ବାଣିଜ୍ୟ ଦିଗରେ ଶୁଭ ଫଳ ପାଇବ ।ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

କର୍କଟ :ସନ୍ଦେହ ଓ ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖା ଦେବ ।ସତକଥା କହି ଦୋସି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।ଜମିଜମା କ୍ଷେତ୍ରରେ ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।

ସିଂହ: ସୁ ସ୍ବାଦୁ ଭୋଜନ ମିଳିବ ।ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ଶରୀର ସୁସ୍ଥ ରହିବ ।ବ୍ଯବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।

କନ୍ୟା : ସାଂସାରିକ ଜୀବନ ସୁଖମୟ ହେବ
ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ଶରୀର ସୁସ୍ଥ ରହିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ଅଳ୍ପ ପରିଶ୍ରମରେ ଅଧିକ ଉପାର୍ଜନ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।

ତୁଳା : ପାରିବାରିକ ସମସ୍ଯା ଆପଣଙ୍କୁ ବ୍ୟସ୍ତ ବିବ୍ରତ ହେବେ ।ଧାର କରଜ କରିବାକୁ ବାଧ୍ୟ ହେବେ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ସାଧାରଣ କଥାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।

ବିଛା : ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ପ୍ରତ୍ୟେକ ଦିଗରୁ ଅସମ୍ମାନିତ ହେବାର ସମ୍ଭାବନା ରହିଛି।

ଧନୁ: ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବ୍ଯବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ପାଇବେ ।

ମକର: ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ ।ସୁ ସ୍ବାଦୁ ଭୋଜନମିଳିବ ।ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।ଜନ ହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ ।

କୁମ୍ଭ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଆଯ ଅପେକ୍ଷା ବ୍ଯୟ ଅଧିକ ହେବ ।ତରବରିଆ ଭାବରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।ନିଜର ଲୋକମାନେ ବିଶ୍ବାସ ଘାତକତା କରିବେ ।ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ ।

ମୀନ :ଧନ ଜୀବନ ପ୍ରତି ବିପଦ ରହିଛି ।ନିଜର ଲୋକମାନେ ସମସ୍ଯା ସୃଷ୍ଟି କରିବେ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି ।

 

Comments are closed.