Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
ତା ୩୦-୦୪-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୩୦ ମଙ୍ଗଳବାର ମେଷ ୧୭ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ପୂର୍ବଭାଦ୍ର ପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର
ମକର ରାଶିର ଘାତ ବାର
ମିଥୁନ୍ ଓ ମୀନ ରାଶିର ପୁରୁଷଙ୍କ ଘାତ ଚନ୍ଦ୍ର
ଆଜି: ଶିମ୍ବ ଶାଗ ଖାଇବା ନିଷେଧ

ମେଷ
ପାରିବାରିକ ଜୀବନ ସୁଖମୟ ହେବ କର୍ମକ୍ଷେତ୍ରରେ ସହକର୍ମୀମାନେ ଯଥାସାଧ୍ୟ ସାହାଯ୍ୟ କରିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ସଭାସମିତି, ଗୃହ ନିର୍ମାଣ, ଜମିଜମା କାରବାର, ସାଂସ୍କୃତିକ କାର‌୍ୟ୍ୟକ୍ରମ ପ୍ରଭୃତିରେ ସଫଳତା ହାସଲ କରିବେ ।

ବୃଷ
ପ୍ରତିଦ୍ୱନ୍ଦ୍ୱୀ ମାନେ ପରାଜୟ ହେବେ ।
ସ୍ତ୍ରୀଙ୍କ ପରାମର୍ଶ ମାନି କାମ କଲେ ନିଶ୍ଚିତ ଉପକୃତ ହେବେ। ଆଜି ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। କଳାମତ୍କ ଦିଗରୁ ପ୍ରଶଂସିତ ହେବେ ଓ ସଭାସମିତିରେ ସମ୍ମାନିତ ହେବେ।

ମିଥୁନ
ଆଜି କୌଣସି କାମ ଅଟକି ରହିବ ନାହିଁ। ନିଜର ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। କୌଣସି କ୍ଷେତ୍ରରେ ଦ୍ୱିଧାବୋଧ ନ କରି ମନର ଭାବକୁ ପ୍ରକାଶ କରିପାରିଲେ କାମ ହାସଲରେ ସମର୍ଥ ହେବେ। ଦୀର୍ଘ ଦିନରୁ ଲାଗି ରହିଥିବା ପରୋକ୍ଷ ଶତ୍ରୁତା ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି କରିପାରେ।

କର୍କଟ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ପୂର୍ଣ୍ଣ ଆରୋଗ୍ୟ ଲାଭ ହୋଇନପାରେ। ଗତକାଲିଠାରୁ ଅଟକି ରହିଥିବା କାମଟି ଆଜିହିଁ ପୂର୍ଣ୍ଣାଙ୍ଗ ହୋଇଯିବ। ବହୁ ଦିନରୁ ବାକି ପଡିଥିବା ଅର୍ଥ ଲାଭ ହେବ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ, କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ସମର୍ଥ ହେବେ ।

ସିଂହ
ସମସ୍ତ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଆବଶ୍ୟକ ଅର୍ଥ ଲାଭର ଯୋଜନା ଫଳପ୍ରଦ ହେବ । ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପ୍ରିୟଜନମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କିନ୍ତୁ ସାମାଜିକ ସ୍ତରରେ ଲୋକାଚାରକୁ ଭୟ କରି କୌଣସି କାର‌୍ୟ୍ୟରେ ଆଗକୁ ବଢ଼ିପାରିବେ।

କନ୍ୟା
ଆଜି କୌଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇ ପାରନ୍ତି। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ ସମସ୍ୟା ସମାଧାନର ରାସ୍ତା ମଧ୍ୟ ଖୋଜି ପାଇବେ। ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବା ସାଙ୍ଗକୁ ଘର ସାଜସଜ୍ଜାରେ ବ୍ୟସ୍ତ
ରହିପାରନ୍ତି।

ତୁଳା
ଆଜି ଶୁଭଫଳ ସ୍ବରୂପ ହସ, ଖୁସିରେ ସମୟ ଅତିବାହିତ କରିପାରନ୍ତି। ଆଜିର ଯାତ୍ରା, ବନ୍ଧୁମାନଙ୍କ ସହ ଆଲୋଚନା, ସଭାସମିତି, ଚୁକ୍ତିପତ୍ର, ପ୍ରେସ୍‌ ଓ ପବ୍ଲିକେଶନର ସ୍ଥିତି ପ୍ରାୟତଃ ଠିକ୍‌ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।

ବିଛା
ସମୟର ଅନୁକୂଳତା ଆପଣଙ୍କୁ ନୂତନ କର୍ମର କାର‌୍ୟ୍ୟ କରାଇପାରେ। ନିଜର ମନେ କରୁଥିବା ବ୍ୟକ୍ତିଟି ଛଳନାମତ୍କ କଥା କହି ଫାଇଦା ହାସଲର ଚିନ୍ତା କରିପାରେ। କାମଗୁଡିକ ସହଜ ମନେହେବ ଏବଂ ବହୁତ ଦିନରୁ ରହି ଆସିଥିବା ଅପୂରଣୀୟ ଅଭିଳାଷ ପୂରଣ ହୋଇପାରେ। ପାରିବାରିକ ସୁସ୍ଥତା ଫେରି ପାଇବାରୁ ମନ ଖୁସି ହୋଇଯିବ।

ଧନୁ
ଆଜି ବନ୍ଧୁ କିମ୍ବା ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ ପାରିବାରିକ ଅଶାନ୍ତି ଉପୁଜିଲା ଭଳି କାମ କରିବେ। କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟତା ବିସ୍ତାର କରି କାମ ହାସଲରେ ସମର୍ଥ ହେବେ। ଆକସ୍ମିକ ଭାବରେ ଅର୍ଥ ପ୍ରାପ୍ତି କରାଇବ । ବିବାଦୀୟ ଘଟଣାରେ ନିରବ ରୁହନ୍ତୁ । ବ୍ୟବସାୟ କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବ।

ମକର
ଆପଣ ମନ ଖୁସି ହେତୁ ସହୃଦୟତାର ସହ କାମ କରିବା ସକାଶେ ମନ ବଳାଇବେ। ତଥାପି ଭୁଲ୍‌ ବୁଝାମଣା କାରଣରୁ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ପରୋକ୍ଷ ଭାବରେ ଶତ୍ରୁତା ଆଚରଣ କରିପାରନ୍ତି। ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନି। ବ୍ୟବସାୟୀମାନେ ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ।

କୁମ୍ଭ
କର୍ମାଧିପତି କର୍ମସ୍ଥାନକୁ ଦୃଷ୍ଟି କରୁଥିବାରୁ ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲା ଓ ସଭାସମିତିରେ ସୁଫଳ ପାଇବେ।

ମୀନ
ଆଜି ଆପଣଙ୍କୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ଯାହା କିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟ ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ୍‌ ହେବେ। ସାମାଜିକ କ୍ଷେତ୍ରରେ, ରାଜନୈତିକ, ସାଙ୍ଗଠନିକ ସ୍ଥିତିରେ ବନ୍ଧୁମିଳନରୁ ଆନନ୍ଦିତ ହେବେ।

 

Leave A Reply

Your email address will not be published.