Latest Odisha News

BREAKING NEWS

ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି, ମେ ୧ ତାରିଖରୁ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଏବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରାରେ କ୍ରମେ ହ୍ରାସ ଘଟିବ ବୋଲି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ।

ସୋମବାର ଦିନ ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ସୂଚନା ହସ୍ତଗତ ହୋଇଛି । ରାଜ୍ୟର ଯେଉଁସବୁ ସ୍ଥାନମାନଙ୍କରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରାର ରହିଛି, ସେହିସବୁ ସହର ଗୁଡ଼ିକ ହେଲା – ଅନୁଗୁଳ (୪୩.୭), କେନ୍ଦୁଝର (୪୧), ସମ୍ବଲପୁର (୪୩),ସୁନ୍ଦରଗଡ଼ (୪୦.୫), ହିରାକୁଦ (୪୨.୧), ତାଳଚେର (୪୩.୬), ଭବାନୀପାଟଣା (୪୨), ବଲାଙ୍ଗୀର (୪୨), ଟିଟିଲାଗଡ଼ (୪୪.୫), ମାଲକାନଗିରି (୪୨), ସୋନପୁର (୪୩.୨) ଏବଂ ଚାନ୍ଦବାଲି (୪୦.୪) ଡ଼ିଗ୍ରୀ ସେଲସିୟସ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଅନ୍ୟ ଯେଉଁ ସବୁ ସ୍ଥାନମାନଙ୍କରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୁତ ହୋଇଥିଲା ସେହି ସ୍ଥାନଗୁଡ଼ିକ ହେଲା – ଭଦ୍ରକ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର ଏବଂ ବରଗଡ଼ ଜିଲ୍ଲା । ରାଜ୍ୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ତାତି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଫନୀ ବାତ୍ୟା ପ୍ରଭାବରେ ରାଜ୍ୟରେ ମେ ୧ ତାରିଖ ପରଠାରୁ ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.