Latest Odisha News

BREAKING NEWS

ଦୈନିକ ନମୂନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ: ନବୀନ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ହେବ କରୋନା ପରୀକ୍ଷଣ । ଏହା ଦୈନିକ ୧୫ ହଜାରକୁ ବୃଦ୍ଧି କରାଯିବ । ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁଖାବିଲାର ସ୍ଥିତି ସମୀକ୍ଷା କରି କହିଛନ୍ତି ।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୩୫୦୦ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ବାରିପଦା, ବାଲେଶ୍ୱର, କୋରାପୁଟ ଓ ବଲାଙ୍ଗିରରେ ମଧ୍ୟ ଟେଷ୍ଟିଂ ସୁବିଧା ଆରମ୍ଭ ହେବ ।

ରାଜ୍ୟରେ ଏଯାଏଁ ୪୬ ହଜାର ଟେଷ୍ଟିଂ ହୋଇଥିବା ବେଳେ ସେଥି ମଧ୍ୟରୁ ୧୭୦ଟି ପଜିଟିଭ ଆସିଛି । ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ଟି ଟେଷ୍ଟିଂ ହେଉଥିବା ବେଳେ ପ୍ରତି ୨୦ ଲକ୍ଷରେ ଏକ ହଜାର ଟେଷ୍ଟିଂ ହେଉଛି ବୋଲି ନବୀନ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନକରି ଆଗାମୀ ଦିନରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.