ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଆଜି ୬ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୫ହଜାର ୨୩୫ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨ହଜାର ୯୫୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୨୭୮ । ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ତଳେ ରହିଛି । ଅର୍ଥାତ ୧୨ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶେହରୁ କମ୍ ।
Covid-19 Report For 10th June
New Positive Cases: 5235
In quarantine: 2957
Local contacts: 2278(Details of local contacts will be shared by concerned Dist Administration)
District Wise Cases:
1. Angul: 277
2. Balasore: 320
3. Bargarh: 118
4. Bhadrak: 217
5. Balangir: 41— I & PR Department, Odisha (@IPR_Odisha) June 11, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦, ମୟୂରଭଞ୍ଜରୁ ୨୮୫, ଅନୁଗୋଳରୁ ୨୭୭, ସୁନ୍ଦରଗଡ଼ରୁ ୨୫୧, କେନ୍ଦ୍ରାପଡ଼ାରୁ ୨୩୭, ପୁରୀରୁ ୨୩୪, ଭଦ୍ରକ ଜିଲ୍ଲାରୁ ବାହାରିଛନ୍ତି ୨୧୭ ନୂଆ ପଜିଟିଭ୍ ।
ବାକି ସବୁ ଜିଲ୍ଲାରେ ଦୁଇ ଶହ ଭିତରେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସେଥିରୁ ୧୨ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ସମ୍ୱଲପୁର ଓ ସୋନପୁରରେ ଶହେରୁ କମ୍ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।
22. Mayurbhanj: 285
23. Nawarangpur: 186
24. Nayagarh: 132
25. Nuapada: 13
26. Puri: 234
27. Rayagada: 129
28. Sambalpur: 66
29. Sonepur: 34
30. Sundargarh: 251
31. State Pool: 124— I & PR Department, Odisha (@IPR_Odisha) June 11, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକଷ ୪୨ହଜାର ୪୬୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୭୨ହଜାର ୯୭୨ ଆକ୍ରାନ୍ତ । ଏବେ ରାଜ୍ୟରେ ୬୬ହଜାର ୨୨୬ ଆକ୍ଟିଭ୍ କେସ୍ ରହିଛି । ରେଡ୍ ଜୋନରେ ଅଛି ୧୧ ଜିଲ୍ଲା । ଗ୍ରୀନ ଜୋନରେ ୧୦ ଓ ୟେଲୋ ଜୋନରେ ୯ ଜିଲ୍ଲା ରହିଛି ।
New recoveries: 8299
Cumulative tested: 12523241
Positive: 842461
Recovered: 772972
Active cases: 66226— I & PR Department, Odisha (@IPR_Odisha) June 11, 2021
Comments are closed.